କେନ୍ଦ୍ରାପଡ଼ା: ଜିଲ୍ଲା ଯୋଜନା କମିଟି ବୈଠକରେ ଶନିବାର ବିଜେଡି ଓ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ବେଶ ସରଗରମ କରିଛି । ଜିଲ୍ଲା ଯୋଜନା କମିଟିର ୧୪ତମ ବୈଠକରେ ପରିବହନ ମନ୍ତ୍ରୀ ତଥା କେନ୍ଦ୍ରାପଡା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନୃସିଂହ ସାହୁ ଯୋଗ ଦେଇଥିଲେ। ଗୋପବନ୍ଧୁ ଗ୍ରାମୀଣ ଯୋଜନା ସଂପର୍କିତ ବୈଠକରେ ଆଲୋଚନା ହୋଇଥିଲାା

Advertisment

ଏହି ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଯେତିକି ଆଲୋଚନା ହେଉଛି ସେତିକି କାର୍ଯ୍ୟାଦେଶ ବଣ୍ଟା ଯାଉଛି ତେଣୁ ତର୍ଜମା କରିବାର ଆବଶ୍ୟକତା କାହିଁକି ରହିଛି ବୋଲି ପଚାରିଥିଲେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି । ଏହି ପ୍ରସଙ୍ଗରେ ରାଜନଗର ବିଧାୟକ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରୁଛନ୍ତି ବୋଲି କହିଥିଲେ  ବିଜୁ ଜନତା ଦଳର ଜିଲ୍ଲା ସଭାପତି ଧୃବ ସାହୁ । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ।

publive-image

ହଟ୍ଟଗୋଳକୁ ପ୍ରତିବାଦ କରିଥିଲେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ସେ କହିଥିଲେ, ଅଂଶୁମାନ ମହାନ୍ତି ଜଣେ ବିଧାୟକ କିନ୍ତୁ ଧୃବ ସାହୁ ଜଣେ ସାଧାରଣ ଲୋକ। ଏଣୁ ତାଙ୍କର ଏଥିରେ ହସ୍ତକ୍ଷେପ କରିବାର କିଛି ନାହିଁ । ସେ ନିର୍ବାଚନରେ ହାରି ମଧ୍ୟ ନିଜକୁ ବିଧାୟକ ବୋଲି ଭାବୁଛନ୍ତି । ଉଭୟଙ୍କ ଏଭଳି କଳିରେ ସମସ୍ତେ ନିରବ ରହିଥିଲେ । ପରେ ଏହା ସମାଧାନ ହୋଇଥିିଲେ ମଧ୍ୟ ଏହା କେନ୍ଦ୍ରାପଡା ରାଜନୀତିକୁ ସରଗରମ କରିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନୃସିଂହ ସାହ, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ୱାଲା, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା, ଜିଲ୍ଲାପାଳ ଦାଶରଥି ଶତପଥୀ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।