କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ପଞ୍ଚାୟତ ଖଣ୍ଡିଆବବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାରେ ଶୁଖା ଯାଇଥିବା ବାଣଗଦାରେ ଚଢ଼ି କାର୍ ଛିନଛତ୍ର। ଗାଡ଼ି ଚଳାଉଥିବା ଡାକ୍ତର ଆହତ ହୋଇଥିବା ଜଣାଯାଇଛି। ବାଣ ବିସ୍ଫୋରଣରେ ଡାକ୍ତର ଅଳ୍ପରେ ବର୍ତ୍ତିଯାଇଛନ୍ତି। ରାସ୍ତାରେ ବାଣ ଶୁଖାଇଥିବା ବେଳେ ବିସ୍ଫୋରଣ ହୋଇଛି। ଡାକ୍ତରଙ୍କ ଗାଡ଼ି ଚଢ଼ିଯିବାରୁ ବାଣ ଫୁଟି ଯାଇଥିଲା। ବାଣ ଫୁଟିବାରୁ ଡାକ୍ତରଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ଭରତପୁର ଖଣ୍ଡିଆ ବନ୍ଧୀ ଗାଁ ରାସ୍ତାରେ ଡାକ୍ତର ସୁଜିତ୍ ସାମଲ ନିଜର କାର ନେଇ ଯାଉଥିଲେ। ରାସ୍ତାରେ ଶୁଖା ଯାଇଥିବା ବାଣ ଉପରେ କାର୍ ଚଢିଯିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କାରଟି ଭାଙ୍ଗିଯିବା ସହ ସେଥିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଡାକ୍ତର ସୁଜିତ୍ ସାମଲ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଡାକ୍ତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ପହଞ୍ଚି ବାଣ ଜବତ କରିଛି। ତେବେ ବାଣ ଶୁଖାଇ ଥିବା ବ୍ୟକ୍ତି ଫେରାର ହୋଇଯାଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/4c31ec06-ebe9-48df-afb7-1f34bffbcd17.jpeg)