ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ

ଗାରୋଇ: ଆଜି ମଧ୍ୟାହ୍ନରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ମୃତ୍ୟୁକୁ ନେଇ ଉକ୍ତ ମହିଳାଙ୍କ ସ୍ୱାମୀ ସନ୍ଦେହ ପ୍ରକାଶ କରି ପୁଲିସରେ ଖବର ଦେବାରୁ କିଛିଘଣ୍ଟା ପାଇଁ ସମସ୍ୟା ଦେଖା ଦେଇଥିଲା। ଖବର ମୁତାବକ, ନନ୍ଦିନୀ ଲେଙ୍କା(୫୨) ଅସୁସ୍ଥ ଥିବାରୁ ତାଙ୍କ ପୁଅ ନନ୍ଦିନୀଙ୍କୁ ନେଇ ଡାକ୍ତରଖାନାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ନନ୍ଦିନୀ ଡାକ୍ତରଖାନାରରେ ମୃତ୍ୟୁବରଣ କରିଥିଲେ। ହେଲେ, ମୃତଦେହକୁ ଗାଁକୁ ଅଣାଯିବା ଭିତରେ ତାଙ୍କ ସ୍ୱାମୀ ଚକ୍ରଧର ଥାନାରେ ପହଞ୍ଚି ପତ୍ନୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ସେ କୌଣସି ଲିଖିତ ଅଭିଯୋଗ କରିନଥିଲେ ବି ଖବର ପାଇ ପୁଲିସ ତାଙ୍କ ଗାଁରେ ପହଞ୍ଚି ଯାଇଥିଲା। ତେବେ, ଗାଁରେ ପୁଲିସ ପହଞ୍ଚିବା ପରେ ଚକ୍ରଧର ନିଜ ମତ ବଦଳାଇ ଦେଇଥିଲେ। ପୁଲିସ ଫେରି ଯାଇଥିଲା ଓ ମହିଳାଙ୍କ ଶେଷକୃତ୍ୟର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର