ସମସ୍ୟାରେ ଗୋବରୀ: ଆବର୍ଜନାରେ ଅବରୋଧ

ଗାରୋଇ: କେଉଁଠି ପଠା ଖୋଳି ମାଟି ନିଆଯାଉଛି ତା’ ଆଉ କେଉଁଠି ନଦୀ ଭିତରେ ଯାବତୀୟ ଅଳିଆ, ଆବର୍ଜନା ଫଙ୍ଗା ଯାଉଛି। କେତେକ ସ୍ଥାନରେ ଜବରଦଖଲ କରାଯାଇ ନଦୀକୁ ସଙ୍କୁଚିତ କରାଯାଉଛି। ଗତ ୫ବର୍ଷ ସଫେଇ କରାଯାଇନଥିବା ଗୋବରୀ ନଦୀ ମାନବକୃତ ସମସ୍ୟା ଯୋଗୁଁ ନାଉଗାଁ ଅଞ୍ଚଳରେ ସମସ୍ୟା ଘେରରେ ଛନ୍ଦି ହୋଇପଡ଼ିଛି।
ଗୋବରୀ ନଦୀ ଗଜରାଜପୁର ପଞ୍ଚାୟତ ଭାତପଡାଠାରୁ ବାହାରି ୧୫କିମି ପ୍ରବାହିତ ହେବା ପରେ ଗାରୋଇଠାରେ ଦେବୀନଦୀରେ ମିଶିଛି। ବାହାରିବା ସ୍ଥାନରୁ ଦେବୀନଦୀରେ ମିଶିବା ପର୍ଯ୍ୟନ୍ତ ଅଂଶର ସବୁସ୍ଥାନରେ ଏଥିରେ ଦଳ ଭର୍ତି ହୋଇଛି। ୨୦୧୨ ମସିହାରେ ଏହି ନଦୀରୁ ଦଳ ସଫେଇ କରାଯାଇଥିଲା। ତା’ପରଠାରୁ ଡ୍ରେ‌େନଜ ବିଭାଗ ଓ ଜଳସେଚନ ବିଭାଗ ଏହି ନଦୀରୁ ଦଳ ସଫେଇ କରି ନାହିଁ। ଗୋବରୀ ନଦୀ ଉପରେ ୨ହଜାର ହେକ୍ଟର ଚାଷଜମି ନିର୍ଭର କରୁଥିବା ବେଳେ ଜଳ ମିଳୁନଥିବାରୁ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି। ତିରୁଣା ପଞ୍ଚାାୟତର କୁରିକିଠାରେ ନଦୀପଠାକୁ ଲାଗି ପୋଖରୀ ଖୋଳା ଯାଇଥିବା ବେଳେ ଗଙ୍ଗଦାହାଟଠାରେ ଏହି ନଦୀରେ କୁଢ କୁଢ ଅଳିଆ, ଆବର୍ଜନା ପକାଯାଇ ନଦୀକୁ ଅପରିଷ୍କାର କରାଯାଉଛି। ଅନେକ ସ୍ଥାନରେ ନଦୀପଠାରୁ ମାଟି ଖୋଳି ନିଆଯାଉଥିବାରୁ ଏହା ନଦୀ ପାଇଁ ସମସ୍ୟା ସୃଷ୍ଟି କରୁଛି। ସେହିପରି ଜଳସେଚନ ବିଭାଗ ଓ ଡ୍ରେ‌େନଜ ବିଭାଗ ପକ୍ଷରୁ ନୂୂଆଗାଁ ପଞ୍ଚାୟତର ଗୋପାଳପୁରଠାରେ ଏହି ନଦୀରେ ସ୍ଲୁଇସ୍‌ ଗେଟ ନିର୍ମାଣ କରାଯାଇଛି। ୨୦୦୮ ମସିହାରେ ନାଉଗାଁ ପ˚ଚାୟତ ମାରେଡାଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଲୁଇସ୍‌ ଗେଟ ନିର୍ମାଣ କରାଯାଇଥିଲା। ୨୦୦୨ରେ ବା˚ଶ ପ˚ଚାୟତରେ ନିର୍ମାଣ ହୋଇଥିବା ପୋଲ ଏବେ ଅଚଳ ହୋଇପଡିଛି। ସେହପରି ଗାରୋଇଠାରେ ୧୯୮୩ ରେ ନିର୍ମିତ ଲକ୍‌ ମଧ୍ୟ ନଷ୍ଟ ହୋଇଯାଇଛି। ଏଥିରେ ଲାଗିଥିବା ଲୁହା କବାଟଗୁଡିକରେ ଛିଦ୍ର ସୃଷ୍ଟି ହୋଇଥିବାରୁ ତାହା ଜଳଧାରଣ କ୍ଷମତା ହରାଇବାକୁ ବସିଛି। ଏହି ଲକ୍‌ଟି ମାଛମାଫିଆଙ୍କ କବ୍‌ଜାରେ ଥିଲେ ବି ଜଳସେଚନ ବିଭାଗ ଚୁପ୍‌ ରହିଛି। ଲକ୍‌ର ଏଭଳି ସ୍ଥିତି ଯୋଗୁଁ କୋରୁଅ, ଡେରିକି, ଓଷକଣା ପ୍ରଭୃତି ପ˚ଚାୟତରେ ଶହ ଶହ ସଂଖ୍ୟକ ଚାଷୀ ପ୍ରଭାବିତ ହେଉଛନ୍ତି। ନଦୀ ଖନନ, ପଙ୍କ ଉଦ୍ଧାର ଓ ଦୁଇ ପାର୍ଶ୍ବର ପଥର ପ୍ୟାକି˚ ପାଇଁ ପାଖାପାଖି ୯କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ, ଉକ୍ତ ଅର୍ଥରେ ନାମକୁମାତ୍ର ଦଲ ସଫେଇ କରାଯାଇଥିବା ବେଳେ ଚାଷଜମିରୁ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା କଳଭର୍ଟଗୁଡିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏ ସ˚ପର୍କରେ ନାଉଗାଁ ଜଳସେଚନ ବିଭାଗେ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କୁମାର ଦାସଙ୍କୁ ପଚାରିବାରେ ସେ ଏହା ଉପରେ ଉତ୍ତର ଦେବାକୁ ବାଧ୍ୟ ନୁହନ୍ତି ବୋଲି କହିଛନ୍ତି। ଏଭଳି ଉତ୍ତର ଦେଉଥିବା ଅଧିକାରୀମାନେ କାର୍ଯ୍ୟ କରୁଥିବା ବିଭାଗ କୃଷକ ଓ ଲୋକମାନଙ୍କ ପାଇଁ କେତେ ଦାୟିତ୍ବବାନ୍‌ ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର