ଦିନକ ପରେ ଇକୋ ରିଟ୍ରିଟ; ସଜେଇ ହେଉଛି ନଳିତାପାଟିଆ

ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ; ଉପସ୍ଥିତ ରହିବେ ପର୍ଯ୍ୟଟନ ମନ୍ତ୍ରୀ, ସା˚ସଦ, ବିଧାୟକ

ରାଜନଗର: ଆଉ ଗୋଟିଏ ଦିନ ପରେ ଉଦଘାଟିତ ହେବ ଇକୋ ରିଟ୍ରିଟ। ଭିତରକନିକାର ନଳିତାପାଟିଆଠାରେ ପ୍ରଥମଥର ପାଇଁ ହେବ‌ାକୁ ଥିବା ଏଭଳି ନିଆରା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୮ ତାରିଖ ଦିନ ୧୧ଟା ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂରେ ଏହାକୁ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସ˚ସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାଂସଦ ଅନୁଭବ ମହାନ୍ତି, ବିଧାୟକ ଧ୍ରୁବ ସାହୁ, ଜିଲ୍ଲାପାଳ ସମର୍ଥ ବର୍ମା, ଓଟିଡିସିର ଅଧୢକ୍ଷ ଶ୍ରୀମୟୀ ମିଶ୍ର ଅତିଥି ଭାବେ ଯୋଗଦେବେ।
ବିଶ୍ବ ପ୍ରସିଦ୍ଧ ଭିତରକନିକାରେ ଏବେ ଚାଲିଛି ପର୍ଯ୍ୟଟନ ଋତୁ। ପ୍ରକୃତି ପ୍ରେମୀ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣ ଓ ଜଳଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଇକୋ ରିଟ୍ରିଟରେ ରହିବାକୁ ବୁକି˚ କରିଥିବା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳପଥ ଓ ସ୍ଥଳପଥରେ ଭିତରକନିକାର ପରିଭ୍ରମଣର ସୁଯୋଗ ଦିଆଯିବ। ଦିନରେ ଭିତରକନିକାର ଶୋଭା ଅନୁଭବ କରିବେ।

ରାତିରେ ବିଳାସପୂର୍ଣ୍ଣ କଟେଜରେ ରହିବା ସହ ନାଚ ଗୀତର ମଜା ନେବେ। ଇକୋ ରିଟ୍ରିଟ ସ୍ଥଳରେ ଭାସମାନ ରେସ୍ତୋରାଁରେ ଜଳପାନଠୁ ଆରମ୍ଭ କରି ଯୋଗ କରିବାର ନିଆରା ଅନୁଭୂତି ବି ସାଉଁଟିବେ। ଇକୋ ରିଟ୍ରିଟ ସମ୍ମୁଖ ଭାଗରେ ଥିବା ବୈତରଣୀ ନଦୀ କୂଳରେ ସେଲ୍ଫି ଜୋନରେ ସେଲ୍ଫି ଉଠାଇବାର ମଜା ପାଇବେ। ଇକୋ ରିଟ୍ରିଟ ସ୍ଥଳ ନିକଟରେ ସ୍ବୟ˚ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ଖୋଲାଯାଇଥିବା ଷ୍ଟଲରୁ କିଣା କିଣି କରିବେ।

Sambad

ଇକୋ ରିଟ୍ରିଟ ପ୍ରବେଶ ପଥକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପ୍ରବେଶ ପଥରେ କୃତ୍ରିମ ଝରଣା ସହ କଇଁଛ, ହରିଣ, ଦେଶ ବିଦେଶର ପକ୍ଷୀ, ମୟୁର ଓ ବଉଳା କୁମ୍ଭୀର ଦେଖିବାକୁ ମିଳିବ। ଇକୋ ରିଟ୍ରିଟ ସ୍ଥଳରେ ୨୦ଟି ବିଳାସପୂର୍ଣ୍ଣ କଟେଜ ନିର୍ମାଣ କରାଯାଇଛି। ଅନଲାଇନରେ ରହିବା ପାଇଁ ବୁକି˚ କରାଯାଉଛି। ୩ ଷ୍ଟାର ହୋଟେଲର ସୁବିଧା ଇକୋ ରିଟ୍ରିଟରେ ମିଳିବ। ଗୋଟିଏ ଦିନ ଓ ରାତି ରହଣୀ ଓ ଭ୍ରମଣ ପାଇଁ ସର୍ବନିମ୍ନ ୯ ହଜାର ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୧୬ ହଜାର ଟଙ୍କା ଯାଏ ପ୍ୟାକେଜ କରାଯାଇଛି।

୪୮୦ ବର୍ଗ ଫୁଟର ପ୍ରିମିୟମ ସୁଇସ କଟେଜର ଦାମ ୯ହଜାର ଟଙ୍କା ରହିଛି। ଡବଲ ବେଡ ସହିତ ଆଟାଚ୍‌ ବାଥରୁମ, ବସିବା ପାଇଁ ପ୍ରସସ୍ଥ ସ୍ଥାନ ରହିଛି। ୬୭୬ ବର୍ଗ ଫୁଟର ରୟାଲ କଟେଜର ଦାମ ୧୨ ହଜାର ଟଙ୍କା ରହିଛି। ୪ଟି ପୃଥକ ବେଡ ସହିତ ବିଳାସପୂର୍ଣ୍ଣ ଟଏଲେଟ, ୱାସରୁମର ବ୍ୟବସ୍ଥା ରହିଛି। ୬୭୬ ବର୍ଗ ଫୁଟର ରୟାଲ ଫ୍ୟାମିଲି କଟେଜର ଦାମ ୧୬ ହଜାର ଟଙ୍କା ରହିଛି। ଡବଲ୍‌ ବେଡର ବ୍ୟବସ୍ଥା ରହିଛି। ବିଳାସପୂର୍ଣ୍ଣ ଟଏଲେଟ, ୱାସରୁମ ରହିଛି। ପ୍ରତ୍ୟେକ ରୁମରେ ଏସି ସହିତ ରୁମ ହିଟରର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ରୁମରେ ଚାହା, କଫି ମେକର ରଖାଯାଇଛି। ପର୍ଯ୍ୟଟକମାନେ ଆବଶ୍ୟକ ସ୍ଥଳେ ଚାହା, କଫି ନିଜେ ପ୍ରସ୍ତୁତ କରିପାରିବେ। ପରିବାର ସହିତ ଛୋଟ ପିଲା ରହିପାରିବେ। ଅଧିକ ଜଣେ ସଦସ୍ୟ ପାଇଁ ଅତିରିକ୍ତ ୧୫ଶହ ଟଙ୍କା ଦେବାକୁ ପଡିବ। ଏହି ପ୍ୟାକେଜରେ ରହଣୀ, ଖାଦ୍ୟ, ଚାହା, କଫି ସହିତ ଭ୍ରମଣ ଓ ମନୋର˚ଜନର ଭରପୁର ବ୍ୟବସ୍ଥା କରାଯାଇଛି। ଇକୋ ରିଟ୍ରିଟ ଉଦଘାଟିତ ହେବାକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ସ୍ଥାନୀୟ ଅଧିବାସୀ ଓ ପର୍ଯ୍ୟଟକଙ୍କ ମଧୢରେ ଏହାକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର