କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ନୂତନ ଅଧୢକ୍ଷକୁ ନେଇ ଲାଗି ରହିଥିବା ସବୁ କଳ୍ପନାଜଳ୍ପନା, ଅଟକଳବାଜିର ଅବସାନ ଘଟିଛି। ଅତି ରୋଚକପୂର୍ଣ୍ଣ ଲଢେ଼ଇ ଭିତରେ ଶେଷରେ ବାଜି ମାରି ନେଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ଶିବପ୍ରସାଦ ଭଳ। ସେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ ହେମନ୍ତ ବିଶ୍ବାଳଙ୍କୁ ଦୁଇ ଖଣ୍ତ ଭୋଟ୍ରେ ହରାଇ ଅଧୢକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି। ଶିବପ୍ରସାଦଙ୍କ ସପକ୍ଷରେ ୧୧ଖଣ୍ତ ଭୋଟ୍ ପଡ଼ିଥିବା ବେଳେ ହେମନ୍ତଙ୍କୁ ମିଳିଛି ୯ଖଣ୍ତ ଭୋଟ୍। ଗୋଟିଏ ଭୋଟ୍ ନାକଚ ହୋଇଥିବା ବେଳେ ଆଉ ପାଞ୍ଚ ସମିତି ସଭ୍ୟ ଭୋଟ୍ ଦେଇପାରିନାହାନ୍ତି। ମୋଟ ଉପରେ ୨୧ଖଣ୍ତ ଭୋଟ୍ରୁ ଶିବପ୍ରସାଦଙ୍କ ସପକ୍ଷରେ ସର୍ବାଧିକ ଭୋଟ୍ ପଡ଼ିବାରୁ ସେ ଅଧୢକ୍ଷ ରୂପେ ବିଜୟୀ ହେବା ସହିତ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ଓ ଗୋଷ୍ଠୀଙ୍କ ବାଜିମାତ୍ ଘଟିଛି।
ହେଲେ ଯେଉଁ ସମିତି ସଭ୍ୟ/ସଭ୍ୟାମାନେ ଅଧୢକ୍ଷ ଉପନିର୍ବାଚନରେ ଅ˚ଶଗ୍ରହଣ କରିପାରିନାହାନ୍ତି, ସେମାନେ ନିଜ ଆଡ଼ୁ ଭୋଟ୍ଦାନରୁ ଦୂରେଇ ରହିଥିଲେ ନା ଏହା ପଛରେ କୌଣସି ଗେମପ୍ଲାନ୍ ହୋଇଥିଲା, ତାକୁ ନେଇ ଆଶଙ୍କା ପ୍ରକାଶ ପାଉଛି।
ଶିବପ୍ରସାଦ ବିଜେଡି ସମର୍ଥିତ ତଥା ବିଧାୟକ ଶଶୀଭୂଷଣ ବେହେରାଙ୍କ ମନୋନୀତ ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇଥିଲେ। ନିର୍ବାଚନ ତାରିଖ ଘୋଷଣା ହେବାଦିନଠୁ ଶିବପ୍ରସାଦଙ୍କ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲେ ବି ବିଧାୟକ ଶେଷ ମୁହୂର୍ତ୍ତ ଯାଏଁ ତାଙ୍କ ନାଁକୁ ଖୋଲାଖୋଲି ଘୋଷଣା କରି ନ ଥିଲେ। କିନ୍ତୁ ଯେଉଁ ବିଦ୍ରୋହ ଆଶଙ୍କାରେ ସେ ନାଁ ଘୋଷଣା ନ କରି ଖୁବ୍ ସତର୍କତାର ସହ ମାପିଚୁପି ଗୋଟି ଚାଳନା କରୁଥିଲେ; ଶେଷରେ ତାହା ହିଁ ସାମ୍ନା କରିବାକୁ ପଡ଼ିଲା।
ଦଳ ଭିତରେ ବିଦ୍ରୋହ ଦେଖାଦେବା ସହ ବିଜେଡି ସମର୍ଥିତ ପ୍ରାର୍ଥୀ ଶିବପ୍ରସାଦଙ୍କ ବିରୋଧରେ ଭରତପୁର ପ˚ଚାୟତର ସମିତି ସଭ୍ୟ ହେମନ୍ତ ବିଶ୍ବାଳ ଲଢେ଼ଇକୁ ଓହ୍ଲାଇଲେ। ଧାର୍ଯ୍ୟ ସମୟନୁଯାୟୀ, ଦିନ ୧୦ଟାରୁ ୧୧ଟା ମଧୢରେ ପ୍ରଥମେ ଶିବପ୍ରସାଦ ଏବ˚ ପରେ ହେମନ୍ତ ଅଧୢକ୍ଷ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶିବପ୍ରସାଦ ଦାଖଲ କରିଥିବା ଦୁଇ ସେଟ୍ ନାମାଙ୍କନପତ୍ର ମଧୢରୁ ଗୋଟିଏରେ ପ୍ରସ୍ତାବକ ଓ ସମର୍ଥକ ରୂପେ ଭାଗବତପୁର ପ˚ଚାୟତର ସମିତି ସଭ୍ୟ ଧିରେନ୍ଦ୍ର କୁମାର ସ୍ବାଇଁ ଏବ˚ କୁତର˚ଗର ସମିତି ସଭ୍ୟ ଅଙ୍କୁର ମଳିକ ଏବ˚ ଦ୍ବିତୀୟ ସେଟ୍ରେ ଧୂମାତ ସମିତି ସଭ୍ୟା ରେଣୁଲତା ସାହୁ ଓ କ˚ସାର ସମିତି ସଭ୍ୟା ସୁଶ୍ରୀ ସ˚ଗୀତା ସାମଲ ପଡ଼ିଥିବା ବେଳେ ହେମନ୍ତଙ୍କ ପ୍ରସ୍ତାବକ ଓ ସମର୍ଥକ ଓସ୍ତପୁର ସମତି ସଭ୍ୟ ପ୍ରସନ୍ନ ରାଉତ ଓ ବଗଡ଼ା ସମିତି ସଭ୍ୟା ସେହ୍ନଲତା ଦାସ ହୋଇଥିଲେ। ଦିନ ୧୨ଟା ସୁଦ୍ଧା ଯାଞ୍ଚ, ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ପ୍ରକ୍ରିୟା ଶେଷ ହେବା ପରେ ଭୋଟ୍ ଆରମ୍ଭ ହୋଇଥିଲା। ଦିନ ୨ଟାରେ ସରିଥିଲା। ଏହାପରେ ଗଣତି କରାଯାଇ ଶିବପ୍ରସାଦ ବିଜୟୀ ବୋଲି ଘୋଷଣା କରାଯାଇଥିଲା।
୨୭ଟି ପ˚ଚାୟତ ବିଶିଷ୍ଟ କେନ୍ଦ୍ରାପଡ଼ା ପ˚ଚାୟତ ସମିତିରୁ ଅଧୢକ୍ଷ ଅନାମବ˚ଧୁ ଧଳଙ୍କ ବିୟୋଗ ପରେ ଗାଙ୍ଗପଡ଼ା ସମିତି ସଭ୍ୟ ପଦବି ଖାଲି ପଡ଼ିଛି। ଫଳରେ ୨୬ସମିତି ସଭ୍ୟ/ସଭ୍ୟାଙ୍କୁ ନେଇ ଆଜି ଅଧୢକ୍ଷ ଉପନିର୍ବାଚନ ହୋଇଥିଲା। ହେଲେ ୨୧ଜଣ ଏଥିରେ ଅ˚ଶଗ୍ରହଣ କରିଥିଲେ। ଇନ୍ଦୁପୁର ସମିତି ସଭ୍ୟ ସନ୍ତୋଷ ବେହେରା, କୋର ସମିତି ସଭ୍ୟା ର˚ଗଲତା ମଳିକ, ପୁରୁଷୋତ୍ତମପୁର ସମିତି ସଭ୍ୟା କାଞ୍ଚନବାଳା ଲେଙ୍କା, ଆଏବା ସମିତି ସଭ୍ୟ ମନୋର˚ଜନ ଦାସ ଓ ଜମଧର ସମିତି ସଭ୍ୟା କାମିନୀ ବରାଳ ପ˚ଚାୟତର ସମିତି ସଭ୍ୟ/ସଭ୍ୟା ଧାର୍ଯ୍ୟ ସମୟ ୧୨ଟାରୁ ୨ଟା ମଧୢରେ ମତଦାନ କେନ୍ଦ୍ରକୁ ଆସିନଥିବାରୁ ଭୋଟ୍ ଦେଇପାରିନାହାନ୍ତି।
ଧାର୍ଯ୍ୟ ସମୟ ପରେ ଏମାନେ ପହଞ୍ଚିବାରୁ ଭୋଟ୍ ଦାନ ଅନୁମତି ମିଳିଲାନି । ଉଲ୍ଲେଖନୀୟ କଥା ହେଉଛି ଏମାନେ ସମସ୍ତେ ନିର୍ବାଚିତ ସଭ୍ୟ/ସଭ୍ୟା । ତେବେ ଏମାନେ କେଉଁ କାରଣ ପାଇଁ ଭୋଟଦାନରୁ ଦୂରେଇ ରହିଲେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଏହା ରଣନୀତିର ଅ˚ଶବିଶେଷ ଥିଲା ନା ଜାଣିଶୁଣି ସେମାନେ ଭୋଟ୍ରୁ ନିଜକୁ ଦୂରେଇ ରଖିବା ପାଇଁ ବିଳମ୍ବରେ ପହଞ୍ଚିଲେ, ତାହା ଏବେ ପ୍ରଶ୍ନର ବିଷୟ ହୋଇଛି।
ଅନ୍ୟପକ୍ଷରେ ବିଜୟୀ ପରେ ଅଧୢକ୍ଷ ଶିବପ୍ରସାଦ ଭଳ କହିଛନ୍ତି ଯେ ହାତରେ ସ୍ବଳ୍ପ ସମୟ ରହିଛି। ତଥାପି ଏହି ସମୟ ମଧରେ ଜନସାଧାରଣଙ୍କ ପାଖେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚାଇବା ଏବ˚ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ତାଙ୍କ ମୂଳ ଲକ୍ଷ୍ୟ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/img_20201106_145645_6.jpg)