ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର: ପୂର୍ବତନ ସରପଞ୍ଚ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡାର ଦ୍ବିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ବାଟରେ ଅଟକାଇ ଦୁର୍ବ୍ୟବହାର କରିବା ଅଭିଯୋଗରେ ଆଜି ସଦର ଥାନା ପୁଲିସ୍‌ ନିକିରାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଭାତ ଉଡାନସିଂ(୪୨)ଙ୍କୁ ଗିରଫ କରିଛି। ଗତ ୫ ତାରିଖ ସନ୍ଧ୍ୟାରେ ଗରାପୁର କାଳୀ ମନ୍ଦିର ରାସ୍ତାରେ ସାନ୍ଧ୍ୟ ଭ୍ରମଣରେ ଚାଲିଚାଲି ଯାଉଥିବା ବେଳେ କେନ୍ଦ୍ରାପଡାର ଜଣେ ଦ୍ବିତୀୟ ଶ୍ରେଣୀ ବିଚାର ବିଭାଗୀୟ ମହିଳା ମାଜିଷ୍ଟ୍ରେଟଙ୍କୁ ପ୍ରଭାତ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିଥିଲେ। ଏଥିସହ ତାଙ୍କୁ କମେଣ୍ଟ ମାରିବା, ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସଦର ଥାନାରେ ଏ ନେଇ ୩୪୧, ୩୨୩, ୩୫୪ ଓ ୫୦୬ ଦଫାରେ ମାମଲା(୩୩୨/୧୮)ରୁଜୁ କରାଯାଇ ପ୍ରଭାତଙ୍କୁ ଗିରଫ କରାଯାଇଛି। ତାଙ୍କର ବାଇକ୍‌ (ଓଆର୨୯ -୬୦୧୭)କୁ ପୁଲିସ ଜବତ କରିଛି ା ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି ା

ସମ୍ବନ୍ଧିତ ଖବର