ମଦ ପାଇଁ ପୁଅକୁ ବାପାର ଛୁରୀ ମାଡ଼

କେନ୍ଦ୍ରାପଡ଼ା,: ନିକିରାଇ ଥାନା ଅନ୍ତର୍ଗତ ଇଟିପୁର ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ବାପାର ଛୁରୀ ମାଡ଼ରେ ପୁଅ ଆହତ ହୋଇଛି।
ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି ଯେ, ଗ୍ରାମର ସୁନାକର ମଲ୍ଲିକ(୫୫)ଆଜି ରାସନ ଚାଉଳ ବିକ୍ରି କରି ବଜାରରେ ମଦ୍ୟପାନ କରିଥିଲେ। ଘରକୁ ନିଶାସକ୍ତ ଅବସ୍ଥାରେ ଫେରିବା ପରେ ପୁଅ ପ୍ରମୋଦ ଏହାର ପ୍ରତିବାଦ କରିଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ସୁନାକର ତାଙ୍କୁ ଗାଳିଗୁଲଜ କରିଥିଲେ। ଏକ ଛୁରୀରେ ପ୍ରମୋଦଙ୍କ ପେଟକୁ ଭୁସି ଦେଇଥିଲେ। ପ୍ରମୋଦଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଏ ନେଇ ସୁନାକରଙ୍କ ପତ୍ନୀ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ଏ ନେଇ ମାମଲା(୧୪୨/୧୮)ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଗୁଣମଣି ନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର