ମହାକାଳପଡ଼ା: ଭୋକିଲା ଅସହାୟ ପରିବାରକୁ ଗଣ୍ଡେ ଖାଦ୍ୟ ଯୋଗାଇ ଦେବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। ତେବେ ପ୍ରଶାସନିକ ଉଦସୀନତା ପାଇଁ ମହାକାଳପଡ଼ା ବ୍ଲକରେ ଏହି ଯୋଜନା ବାଟବଣା ହୋଇଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ବବକରପୁର ଗ୍ରାମରେ। ଗ୍ରାମର ଏକ ଗରିବ ପରିବାର ପ୍ରଶାସନର ଦାୟିତ୍ୱହୀନତାର ଶିକାର ହୋଇ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି। ପ୍ରଶାସନ ରାସନକାର୍ଡ ଛଡ଼ାଇ ନେବା ପରେ ପରିବାର ଅର୍ଦ୍ଧାହାରରେ ଜୀବନ ବିତାଉଛନ୍ତି ।
ଅଳାଇଲୋ ପଞ୍ଚାୟତ ଅଧୀନ ବବକରପୁର ଗ୍ରାମର ସେକ୍ ରିଆନ ଘର। ପତ୍ନୀ, ୬ ଜଣ ପିଲାଙ୍କୁ ସଂସାର। ଗୁଣ୍ଠେ ହେଲେ ଜମି ନାହିଁ। ଗୋଟିଏ ବଖରା ନଡା ଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତିି । ଗୁଜୁରାଣ ମେଣ୍ଟାଇବା ପାଇଁ ରିଆନ୍ କେତେବେଳେ ମୂଲମଜୁରି ଲାଗନ୍ତି ତ କେତେବେଳେ ଭଡ଼ାରେ ଅଟୋ ରିକ୍ସା ଚଳାନ୍ତି । ସେଥିରୁ ଯାହା କିଛି ସ୍ୱଳ୍ପ ରୋଜଗାର ହୁଏ ସେଇଥିରେ ବହୁକଷ୍ଟରେ ପରିବାର ଚଳାନ୍ତି। ଦୁଇମାସ ତଳେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା। ଯେଉଁ ରାସନକାର୍ଡ଼ ଖଣ୍ଡେ ସାହା ଥିଲା ତାହା ହଠାତ୍ କଟିଗଲା। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ସମସ୍ତ ମାନଦଣ୍ଡ ଥାଇ ପ୍ରଶାସନ ତାଙ୍କୁ କାର୍ଡ ଖଣ୍ଡେ ଧରାଇଥିଲା। ଏବେ କେଉଁ କାରଣରୁ କାଟିଦେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ଡିସେମ୍ବରରେ ଏକ ବେନାମୀ ଅଭିଯୋଗ ଆଧାରରେ ଓ ପ୍ରଶାସନର ବିନା ତଦନ୍ତରେ ତାଙ୍କୁ ରାସନସାମଗ୍ରୀ ପାଇବାରୁ ବଞ୍ଚିତ କରାଯାଇଥିବା ଜଣାପଡ଼ିଛି। ରିଆନ ମୂଲ ଲାଗି ପରିବାର ପୋଷୁଥିବା ବେଳେ ପରିବାରରେ ସରକାରୀ ଚାକିରିଆ ଦର୍ଶାଯାଇ ରାସନକାର୍ଡ଼ କାଟିଦେବା ସମସ୍ତଙ୍କୁ ଚକିତ କରିଛି। ବ୍ଲକ ଅଫିସକୁ ବାରମ୍ବାର ଦୈାଡ଼ିଦୈାଡ଼ି ରିଆନ ନୟାନ୍ତ ହୋଇପଡ଼ିଲେଣି। ତାଙ୍କ ଗୁହାରି କେହି ଶୁଣୁନାହାନ୍ତି। ଉକ୍ତ ପରିବାରକୁ ତୁରନ୍ତ ଯୋଗ୍ୟ ହିତାଧିକାରୀ ତାଲିକାରେ ଯୋଡ଼ିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।
ଖାଦ୍ୟ ସୁରକ୍ଷା ଆଇନ୍ ବାଟବଣା:ଅର୍ଦ୍ଧାହାରରେ ଷଢୁଛନ୍ତି ଗରିବ
/sambad/media/post_attachments/wp-content/uploads/2018/02/kdp2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)