ରୁପା ଶଗଡ଼ିରେ ସ୍ୱର୍ଗପୁର, ବିଜୟଙ୍କୁ ଝୁରୁଛି ଜନ୍ମମାଟି ପାଣ୍ତିରି

କେନ୍ଦ୍ରାପଡ଼ା : ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରବୀଣ ଅଭିନେତା ବିଜୟ ମହାନ୍ତିଙ୍କୁ ଝୁରୁଛି ଜନ୍ମମାଟି ପାଣ୍ତିରି, ଝୁରୁଛି କେନ୍ଦ୍ରାପଡ଼ା ଜିଲ୍ଲା। କେନ୍ଦ୍ରାପଡ଼ା ବ୍ଲକ୍‌ ଜମଧର ପ˚ଚାୟତ ପାଣ୍ତିରି ଗାଁର ମହାନ୍ତି ସାହିରେ ୧୯୫୦ମସିହାରେ ଜନ୍ମଗ୍ରହଣ କରିଥିଲେ ବିଜୟ। ପିତାମାତାଙ୍କ ବଡ଼ପୁଅ ଥିଲେ। ପିଲାଦିନ ଗାଁରେ କଟିଥିଲା। ସା˚ଗସାଥୀଙ୍କ ସହିତ ଖେଳିଥିଲେ; ପ୍ରାଥମିକ ଶିକ୍ଷା ବି ଶେଷ କରିଥିଲେ। ଗାଁ ସହିତ ତାଙ୍କର ଅନେକ ସ୍ମୃତି ଜଡ଼ିତ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପାଣ୍ତିରି ଗାଁ ଶୋକରେ ଡୁବିଛି। ଅନେକଙ୍କ ଆଖିରେ ଲୁହ। ଗାଁର ‘କୋହିନୂର ହୀରା’ ଚାଲିଗଲା ବୋଲି କହି ଆବାଳ ବୃଦ୍ଧବନିତା ତାଙ୍କୁ ଝୁରୁଛନ୍ତି। ପିତା ସ୍ବର୍ଗତ ଆଦିକନ୍ଦ ମହାନ୍ତି ଓ ମା’ ଶାନ୍ତିଲତା ମହାନ୍ତିଙ୍କ ଦୁଇ ପୁଅ ମଧ୍ୟରେ ବିଜୟ ଥିଲେ ବଡ଼। ଠାକୁରହାଟସ୍ଥିତ ବିନୋବା ମଧ୍ୟ ଇ˚ରାଜି ବିଦ୍ୟାଳୟରେ ଓ ଗୁଲନଗର ମଧୢ ଇ˚ରାଜି ବିଦ୍ୟାଳୟରେ ପଢ଼ିଥିଲେ। ପିତା ବାରିପଦାରେ ପରିବହନ ବିଭାଗରେ ଚାକିରି କରିଥିବାରୁ ଉଚ୍ଚଶିକ୍ଷା ପାଇଁ ସେ ସେଠାକୁ ଚାଲି ଯାଇଥିଲେ। ପରେ ଦିଲ୍ଲୀସ୍ଥିତ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ରେ ନାଁ ଲେଖାଇଥିଲେ।

New Indian Express

ତାଙ୍କ କର୍ମଭୂମି ବାରିପଦା ହୋଇଥିଲେ ବି ଜନ୍ମମାଟି ପାଣ୍ତିରିକୁ କିନ୍ତୁ ସେ କେବେ ଭୁଲି ନାହାନ୍ତି। ଗାଁରେ ଦାଦା-ଖୁଡ଼ି ରହୁଛନ୍ତି। ବ୍ୟସ୍ତ ଜୀବନ ଭିତରେ ବି ସେ ଗାଁକୁ ବୁଲି ଆସନ୍ତି। ଆଗରୁ ବର୍ଷରେ ଦୁଇ ତିନି ଥର ଆସୁଥିଲେ। କିନ୍ତୁ ଏଇ ଦୁଇ ତିନି ବର୍ଷ ହେବ ତାଙ୍କର ଗାଁକୁ ଆସିବା କମିଯାଇଥିଲା। ଶେଷଥର ପାଇଁ ୨୦୧୮ରେ ପରିବାରର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଗାଁକୁ ଆସିଥିଲେ। ଗତବର୍ଷ ଡିସେମ୍ବର ୨୭ତାରିଖରେ ଡେରାବିଶ ମହୋତ୍ସବକୁ ଆସିଥିଲେ। ବ୍ୟସ୍ତତା କାରଣରୁ ସେଦିନ ଗାଁକୁ ଯାଇ ପାରିନଥିଲେ।

ଆଜି ତାଙ୍କର ବିୟୋଗ ପରେ ପୂରା ପାଣ୍ତିରି ଗାଁରେ ଶୋକର ପରିବେଶ। ଗାଁ ଏକ ଅମୂଲ୍ୟ ରତ୍ନକୁ ହରାଇଲା ବୋଲି ଗାଁରେ ରହୁଥିବା ତାଙ୍କ ସଂପର୍କୀୟ ରବିନ୍‌ ବିହାରୀ ମହାନ୍ତି, ଚନ୍ଦ୍ରଶେଖର ମହାନ୍ତି, ହରେକୃଷ୍ଣ ମହାନ୍ତି, ନାରାୟଣ ମହାନ୍ତି, ଚିତ୍ତର˚ଜନ ମହାନ୍ତି, ଜଗନ୍ନାଥ ମହାନ୍ତି, ରବୀନ୍ଦ୍ର ମହାନ୍ତି ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର