ଚିତ୍ରୋତ୍ପଳା ନଦୀ ବନ୍ଧରୁ ପିକ୍‌-ଅପ୍‌ ଭ୍ୟାନ୍‌ ଖସି ୧ ମୃତ; ୨ ଆହତ

କେନ୍ଦ୍ରାପଡ଼ା: ଶୁକ୍ରବାର ରାତିରେ ପାଟକୁରା ଥାନା ଅଞ୍ଚଳର ପନ୍ଦିଆ ଗାଁ ପାଖ ଦେଇ ଯାଇଥିବା ଚିତ୍ରୋତ୍ପଳା ନଦୀ ବନ୍ଧ ପାଟକୁରା-ଟିକନପୁର ରାସ୍ତାରୁ ଗୋଟାଏ ପିକ୍‌-ଅପ୍‌ ଭ୍ୟାନ ଜଣେ ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେଇ ଖସି ପଡ଼ିବାରୁ ଘଟନାସ୍ଥଳରେ ସାଇକେଲ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ମେହେନ୍ଦିପୁର ଗ୍ରାମବାସୀ ୫୦ ବର୍ଷିୟ ଭରତ ମଲିକ। ଦୁର୍ଘଟନାରେ ଆହତ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କେନ୍ଦ୍ରାପଡ଼ା ଏବଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ୍‌କୁ ପଠଯାଇଛି।

କୁହୁଡ଼ି ଦୁର୍ଘଟନାର କାରଣ ବୋଲି କୁହାଯାଉଛି। ମୃତାହତ ଲୋକମାନେ ବାହାଘର ପଟୁଆରରୁ ଫେରୁଥିବା ବେଳେ ବିଳମ୍ବିତ ରାତ୍ରୀରେ ଦୁର୍ଘଟନାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।

ସକାଳେ ହଳଦିଗଡ଼ା ଠାରେ ରାସ୍ତାପାର୍ଶ୍ୱସ୍ଥ କ୍ରାସ୍‌ ବାରିୟର୍‌ରେ ଧକ୍କା ଖାଇ ଗୋଟିଏ ଟ୍ରକ୍‌ ମଧ୍ୟ ଦୁର୍ଘଟନାଗ୍ରସ୍ତ ହୋଇଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର