କେନ୍ଦ୍ରାପଡା,(ଭୈରବ ବ୍ରହ୍ମା): ଗୋଟିଏ ସମୟରେ କେନ୍ଦ୍ରାପଡାକୁ ମନ୍ତ୍ରୀପଡ଼ା କୁହାଯାଉଥିଲା। ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡ଼ା। ଏହି ଜିଲ୍ଲା ରାଜନୀତି ଏବେ ରୋଚକ ସ୍ଥିତିରେ ରହିଛି। କେନ୍ଦ୍ରାପଡା ବିଧାନସଭାରୁ ଏଥର ବିଜେଡ଼ି କାହାକୁ ଟିକେଟ୍ ଦେବ? ଥରେ ପଟ୍ଟାମୁଣ୍ଡାଇ ଓ ଏଥର କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରିଥିବା ବର୍ତମାନର ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ମିଳିବ ନା ଆଉ କିଏ ଦଳରୁ ପ୍ରାର୍ଥୀ ହେବେ? ଏହାକୁ ନେଇ ଭୋଟରମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଲାଣି।
ବିଜେଡିର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି, ବିଧାୟକଙ୍କ ଟିକେଟ୍ କଟିବା ଆଶା କ୍ଷୀଣ। ଆଉ ଗୋଟିଏ ଗୋଷ୍ଠୀର କହିବା କଥା, ଏଥର କିଶୋରଙ୍କ ବିଜୟ ମୁସ୍କିଲ ଥିବାରୁ ମୁଖ୍ୟମନ୍ତ୍ରୀ ନୂଆ ନେତାଙ୍କୁ ସାମ୍ନାକୁ ଆଣିପାରନ୍ତି। ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଜିଲ୍ଲା ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଛି। ବିଜେଡିର ପ୍ରାର୍ଥୀ ଚୟନକୁ ଦଳ ହାଲକା ଭାବେ ନେବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ରଖୁଛନ୍ତି।
କେନ୍ଦ୍ରାପଡ଼ା ପୌର ପାଳିକା,ବ୍ଲକ,୨୭ଟି ପଞ୍ଚାୟତ ଏବଂ ପଟ୍ଟାମୁଣ୍ଡାଇ ୧୨ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀ। ଦୀର୍ଘ ବର୍ଷ ଧରି ଜିଲ୍ଲାରେ ଅଣ କଂଗ୍ରେସର ଦବଦବା ରହିଛି। ୨୦୦୦େର ବେଦପ୍ରକାଶ ଅଗ୍ରଵାଲ ଏହି ଆସନରୁ ଜିତିଥିଲେ। ହେଲେ ବିଜେପି, ବିଜେଡ଼ି ମେଣ୍ଟ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ୨୦୦୪ରେ ଓଜିପି ପ୍ରାର୍ଥୀ ଉତ୍କଳ କେଶରୀ ପରିଡ଼ା ପରାଜିତ କରିଥିଲେ। ୨୦୦୯ରେ କିନ୍ତୁ ଆସନଟି ସଂରକ୍ଷିତ େହାଇଥିଲା ଓ ବିେଜଡି ସିପ୍ରା ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୪ରେ ସିପ୍ରାଙ୍କ ବଦଳରେ ପୁଣି ଥରେ କିେଶାରଙ୍କୁ ପ୍ରାର୍ଥୀ କରିଥିଲା ଦଳ।
ରାଜନୈତିକ ମହଲର କହିବା କଥା, ଏଥର ସମୀକରଣ ବଦଳିପାରେ। ବିଜେଡି ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବାରୁ ଏହି ଆସନରେ ମହିଳା ପ୍ରାର୍ଥୀଙ୍କୁ ଦେଇପାରେ। ଏହାକୁ ନଜରରେ ରଖି ସିପ୍ରା ମହିଳା ସମର୍ଥକଙ୍କୁ ନେଇ ନବୀନ ନିବାସରେ ବର୍ତମାନର ବିଧାୟକଙ୍କ ବିରୋଧରେ ଫେରାଦ ଓ ପ୍ରାର୍ଥୀ ହେବାକୁ ଗୁହାରି କରିଛନ୍ତି। ଏଣେ ସିପ୍ରାଙ୍କ ଭଉଣୀ ସୁପ୍ରିୟା ମଲ୍ଲିକ ଚାକିରି ଛାଡ଼ି ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଏମାନଙ୍କ ବ୍ୟତୀତ ଯୁବ ବିଜେଡ଼ିର ରାଜ୍ୟ ସମ୍ପାଦକ ରାଜେଶ ଦାସ, ଇଂ. ମୂରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ନିରାକାର ଦାସଙ୍କ ପ୍ରମୁଖଙ୍କ ନାମ ଟିେକଟ୍ ଆଶାୟୀଙ୍କ ତାଲିକାରେ ରହିଛି। ପୂର୍ବରୁ ଚର୍ଚ୍ଚା େହଉଥିଲା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ବିଜେଡ଼ିକୁ ଆସି ଲଢ଼ିବେ। ହେଲେ ଏହା ଚର୍ଚ୍ଚାେର ହିଁ ରହିଛି।
କେଂଗ୍ରସ ଟିେକଟ୍ ଆଶାୟୀ ତାଲିକାର ଆଗରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ବର େବହେରା। ତାଙ୍କ ବ୍ୟତୀତ ମତ୍ସ୍ୟଜୀବୀସେଲର ସଭାପତି ହଳଧର ସେଠୀ, ମାନସ ମଲ୍ଲିକଙ୍କ ଭଳି କେତେକ ନେତା ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି ।
ଗତ ୨ଟି ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ଏବେ ପୂରା ମୋଦୀ ହାୱା ଉପରେ ନିର୍ଭରଶୀଳ। ଆଶାୟୀଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦିକା ଗୀତାରାଣୀ ସେଠୀ, ଉର୍ମିଳା ସେଠୀ ଓ ସୁନାକର ବେହେରାଙ୍କ ନାମ ଚର୍ଚ୍ଚାରେ ରହିଛି। ତେବେ ଜିଲ୍ଲାର ଦୁଇ ତୁଙ୍ଗ ନେତା ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ନିଷ୍ପତ୍ତି ବିଜେଡ଼ି ପ୍ରାର୍ଥୀ ଚୟନରେ ପ୍ରଭାବ ପକାଇପାରେ।
୨୦୧୪ ନିର୍ବାଚନ ଫଳାଫଳ
ବିଜେଡ଼ି କିଶୋର ଚନ୍ଦ୍ର ତରାଇ ୪୬,୯୩୦
କଂଗ୍ରେସ ଗଣେଶ୍ୱର ବେହେରା ୪୩,୦୧୦
ବିଜେପି ସୁନାକର ବେହେରା ୭,୨୦୦