ପଟ୍ଟାମୁଣ୍ଡାଇ: ସୋମବାର ସକାଳ ପ୍ରାୟ ୮: ୩୦ରେ ବ୍ରାହ୍ମଣୀ ନଈ ପାଣିକୁ ଲାଗି ଉଠିଥିବା ଗୋଟାଏ ଅରମାବୁଦା ପାଖରେ ଭାସୁଥିବା ସଞ୍ଜୟ ପ୍ରଧାନଙ୍କର କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଛି।

Advertisment

ରବିବାର ସକାଳ ପ୍ରାୟ ୮ଟା ବେଳେ ବ୍ରାହ୍ମଣୀ ନଈରେ ଗାଧାଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମର ୪୭ ବର୍ଷିୟ ସଞ୍ଜୟଙ୍କୁ କୁମ୍ଭୀର ଟାଣି ନେଇଯାଇଥିବା ଆଶଙ୍କା କରାଯାଉଥିଲା।

ପ୍ରଥମେ ଗ୍ରାମବାସୀମାନେ ନିଜ ଉଦ୍ୟମରେ ଡିଙ୍ଗି ନେଇ ସଞ୍ଜୟଙ୍କୁ ଖୋଜାଖୋଜି କରି ନିରାଶ ହେବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ। ସେମାନେ ମଧ୍ୟ ସଞ୍ଜୟଙ୍କର ଟେର୍‌ ପାଇ ନ ଥିଲେ।

ଆଜି ସକାଳେ କେତେକ ଲୋକ ଡିଙ୍ଗି ଯୋଗେ ନଈରେ ସଞ୍ଜୟଙ୍କୁ ଖୋଜାଖୋଜି କରୁଥିବା ବେଳେ ତାଙ୍କର ଶବ ଭାସି ଉଠି କୂଳରେ ଲାଗିଥିବା ଦେଖିଥିଲେ।

ଖବର ପାଇ ରାଜନଗର ଧ୍ରୁବ ସାହୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରାଜନଗର ବନଖଣ୍ଡ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଆସୁଛନ୍ତି ବୋଲି ଖବର ମିଳିଛି।