କେନ୍ଦ୍ରାପଡା:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାରେ ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଜାତୀୟ ସବୁଜ ପ୍ରାଧିକରଣ(ଏନ୍ଜିଟି)ର ଆପତ୍ତି ପରେ ଅସ୍ଥାୟୀ ଭାବେ ବନ୍ଦ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକଳ୍ପ ଆଜି ପ୍ରକଳ୍ପ ପରିଦର୍ଶନ କରି କାମ ବନ୍ଦ କରିବାକୁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଏଫ୍ଓଙ୍କ ଦ୍ବାରା ଜମି କିଷମ ପରିବର୍ତ୍ତନ ଅନୁମତି ପତ୍ର ପ୍ରଦାନ ପରେ କାମ ଚାଲୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜଙ୍ଗଲ ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ ହେଉଥିବା ନେଇ ଏନ୍ଜିଟି ଆପତ୍ତି ଉଠାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନା ଥାଉ କି, ୨୪୧ କୋଟି ବ୍ୟୟରେ ଏହି ପ୍ରସ୍ତାବିତ ପ୍ରକଳ୍ପ ଜଙ୍ଗଲ କିଷମ ଜମିରେ ହେଉଥିବା ନେଇ ଏନଜିଟିରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଏବେ ବିଚାରାଧୀନ ରହିଛି। ଭାରତ ସରକାରଙ୍କ ବନ ସଂରକ୍ଷଣ ଆଇନ ଉଲ୍ଲଂଘନ କରାଯାଇ, ବେଆଇନ୍ ଭାବେ ମାର୍ଶାଘାଇ ତହସିଲ ଅନ୍ତର୍ଗତ ମଣିକୁଣ୍ତା ମୌଜାରେ ହାଲ୍ ଖତିଆନ ନଂ. ୬୪୪, ପ୍ଲଟ ନଂ. ୩୨୩,୩୬୩ କିଷମ ଗ୍ରାମ୍ୟ ଜଙ୍ଗଲ ଜମି ଉପରେ ଗ୍ରାମ୍ୟ ଜଳ ଯାଗାଣ ବିଭାଗ ତତ୍ତ୍ବାବଧାନରେ ଏଲ୍ ଆଣ୍ତ ଟି ଠିକା ସଂସ୍ଥା ଏହି ବେଆଇନ୍ ନିର୍ମାଣ କାର୍ଯ୍ୟ ଚଳାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂପର୍କରେ ସୂଚନା କର୍ମୀ ସମ୍ପଦ ସ୍ବାଇଁ ଓ ଆଳୟ ସାମନ୍ତରାୟ ଏନ୍ଜିଟିର ଦ୍ବାରସ୍ଥ ହେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ, ମୁଖ୍ୟ ଶାସନ ସଚିବ, କେନ୍ଦ୍ରାଂଚଳ ଆରଡିସି, କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଏବଂ କଟକ ଡିଏଫ୍ଓଙ୍କୁ ପକ୍ଷ ଭୁକ୍ତ କରାଯାଇ ଏନଜିଟିରେ ମାମଲା ଦାଏର କରାଯାଇଥିଲା। ମାମଲାର ଶୁଣାଣି କରି ଏନଜିଟି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ତଦନ୍ତ କରି ରିପୋର୍ଟ ଦେବା ସହ ଜଙ୍ଗଲ କିଷମ ଜମିରେ ବେଆଇନ୍ ନିର୍ମାଣ କାର୍ଯ୍ୟ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏନ୍ଜିଟିର ରୋକ୍ ଫଳରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।
ଜଙ୍ଗଲ ଜମିରେ ମେଗା ପାନୀୟ ଜଳ ପ୍ରକଳ୍ପ:ଏନ୍ଜିଟି ଆପତ୍ତି ପରେ କାମ ବନ୍ଦ୍
/sambad/media/post_attachments/wp-content/uploads/2019/06/kdp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)