ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆ ଅଞ୍ଚଳର ଜଣେ ୧୪ ବର୍ଷିୟା ନାବାଳିକାଙ୍କୁ ତାଙ୍କ ଦାଦା ପୁଅ ଭାଇ ଓ ସମ୍ପର୍କୀୟ ୬ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଏବେ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଆଜି ରାତିରେ ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗରେ ଦର୍ଶାଯାଇଛି ଯେ ନାବାଳିକାର ଦାଦାପୁଅ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ତାଙ୍କୁ ଭୟଭୀତ କରାଇ ଦୀର୍ଘ ୬ ମାସ ହେଲା ବିଭିନ୍ନ ସମୟରେ ଦୁଷ୍କର୍ମ କରିଆସୁଥିଲେ। ପ୍ରତିବାଦ କଲେ ନାନା ଧମକଚମକ ଦେଉଥିଲେ ସେମାନେ। ଝିଅଟି ଭୟରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇ ନଥିଲେ। ତେବେ ସେ ୬ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପରିବାର ଲୋକେ ପଚାରିବା ପରେ ସେ ସବୁ କଥା କହିଥିଲେ। ରାତିରେ ପୀଡ଼ିତା ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି।
ଦୁଷ୍କର୍ମର ଶିକାର ନାବାଳିକା ୬ ମାସର ଗର୍ଭବତୀ: ଦାଦାପୁଅ ଭାଇ, ସଂପର୍କୀୟଙ୍କ ନାଁରେ ଏତଲା
/sambad/media/post_attachments/wp-content/uploads/2018/06/pregnant_woman-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)