ମହାକାଳପଡ଼ା: ମହାକାଳପଡା ବ୍ଲକ ଅନ୍ତର୍ଗତ କରଞ୍ଜ ଅଞ୍ଚଳର ଜନୈକା ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ କରାଯାଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଖବର ନେବାରେ ଜଣାପଡ଼ିଛି ଯେ, ସଂପୃକ୍ତା ନାବାଳିକା କରଞ୍ଜ ଅଞ୍ଚଳରେ ଥିବା ନିଜ ମାମୁଁ ଘରକୁ କିଛି ଦିନ ହେବ ବୁଲି ଆସିଥିଲେ। ଗତ ୨୭ ତାରିଖ ରାତି ପ୍ରାୟ ୮ଟାରେ ପରିସ୍ରା କରିବା ପାଇଁ ବାହାରକୁ ଆସିଥିବା ବେଳେ କରଞ୍ଜ ଗ୍ରାମର ଦୀପକ ଓ ତା’ର ସହଯୋଗୀ ରାଜା ତାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏ ନେଇ ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା (୧୫/୧୮) ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।
ନାବାଳିକାକୁ ଅସଦାଚରଣ ଅଭିଯୋଗ
/sambad/media/post_attachments/wp-content/uploads/2018/02/5-yr-old-rape.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)