ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଡେରାବିଶ: ଡେରାବିଶ ଥାନା କୁରୁଜଙ୍ଗା ପଞ୍ଚାୟତ ମନ୍ତ୍ରୀପଡ଼ା ଗ୍ରାମର ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଆଜି ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଜଣାପଡ଼ିଛି, ଗତ ୧୭ ତାରିଖ ଅପରାହ୍ନରେ ଯୁବତୀ ଜଣଙ୍କ ଭଉଣୀଙ୍କ ସେମାନଙ୍କ ନିର୍ମାଣାଧୀନ ଘରଦେଖିବାକୁ ଯାଇଥିଲେ । ଏହି ସମୟରେ ମନ୍ତ୍ରୀପଡ଼ା ଗ୍ରାମର ରାଜା ତାଙ୍କୁ ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବତୀଙ୍କୁ ଫୋନ୍‌ କରି ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଆଜି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୩୫୪, ୫୦୬ ଓ ୫୦୭ରେ ମାମଲା(୮୭/୧୭)ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି । ନ୍ୟାୟ ନ ପାଇଲେ ସେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର