ଛାତ୍ରୀଙ୍କୁ ଫସାଇ ମୌଲବୀ ଗିରଫ

କେନ୍ଦ୍ରାପଡ଼ା: ଜଣେ ଛାତ୍ରୀନେତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ପରେ ଅନ୍ତର˚ଗ ମୁହୂର୍ତର ଫଟୋ ଭାଇରାଲ କରି ଜଣେ ମୌଲବୀ ଗିରଫ ହୋଇଛନ୍ତି। ମୌଲବୀଙ୍କ ନାମ ସେକ୍‌ ସଦ୍ଦାମ ଅଲ୍ଲୀ। ଘର ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁରରସାବାର ବେଲଦା ଅଞ୍ଚଳରେ। ସେ କିଛି ବର୍ଷ ହେଲା ଆଳିର ଏକ ମଦ୍ରାସାରେ ମୌଲବୀ ଭାବେ ପିଲାମାନଙ୍କୁ ପାଠ ପଢ଼ାଉ ଥିଲେ। ୨ ବର୍ଷ ହେଲା ସେ ଜିଲ୍ଲାର ଏକ ପ୍ରମୁଖ ମହାବିଦ୍ୟାଳୟର ଛାତ୍ରୀଙ୍କ ସ˚ସ୍ପର୍ଶରେ ଆସିଥିଲେ। ୨ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିବା ବେଳେ ଛାତ୍ରୀଙ୍କ ଫଟୋକୁ ଭାଇରାଲ କରିବାରୁ ମନ୍ଦ ଉଦ୍ଦେଶ୍ୟ ପଦାରେ ପଡ଼ିଥିଲା। କେବଳ ସେତିକି ନୁହଁ ଉକ୍ତ ମୌଲବୀ ବିବାହିତ ଓ ତାଙ୍କର ଗୋଟିଏ ପୁଅ ଥିବା ଜଣାପଡ଼ିଥିଲା। ଛାତ୍ରୀଜଣକ ମୌଲବୀଙ୍କ ଘର ଲୋକଙ୍କ ଫୋନ୍‌ ନମ୍ବରକୁ ଯୋଗାଯୋଗ କରି ତାଙ୍କ ବିଷୟରେ ସମସ୍ତ ତଥ୍ୟ ସ˚ଗ୍ରହ କରି ନେଇଥିଲେ। ମୌଲବୀ ଜଣକ ଧୋକା ଦେଉଥିବା ଜାଣିବା ପରେ ଛାତ୍ରୀ ଟାଉନ୍‌ ଥାନାରେ ଜଣାଇଥିଲେ। ଟାଉନ୍‌ ଥାନା ଅଧିକାରୀ ତପନ କୁମାର ନାୟକ ମାମଲା ରୁଜୁ କରି ମୌଲବୀଙ୍କୁ ଗିରଫ କୋର୍ଟଚାଲାଣ କରିଥିଲେ। ତାଙ୍କୁ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମ˚ଜୁର ହେବାରୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର