କେନ୍ଦ୍ରାପଡ଼ା :ଗ୍ୟାଙ୍ଗ୍ଷ୍ଟର ହାଇଦର୍ର ପୁଅ ସେକ୍ ଅଜୋକୁ ଓଡ଼ିଶା ପୁଲିସ୍ ଆନ୍ଧ୍ରପ୍ରଦେଶର ବିଜୟଵାଡ଼ାରୁ ଗିରଫ କରିଛି। ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ସ˚ଗଠିତ ଡବଲ ମର୍ଡରରେ ପୁଲିସ୍ର ମୋଷ୍ଟ ଵାଣ୍ଟେଡ଼ ଥିଲେ ଅଜୋ ଓ ତାର ସହଯୋଗୀ। ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜେଲ୍ ଅଧୀକ୍ଷକଙ୍କୁ ମଧୢ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିବାରୁ ଅଜୋ ନାମରେ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଜେଲ୍ ଅଧୀକ୍ଷକଙ୍କୁ ହତ୍ୟା ଧମକ ଅଭିଯୋଗ ପରେ ବାରିମୂଳ ଜେଲ୍ରେ ଥିବା ଗ୍ୟାଙ୍ଗ୍ଷ୍ଟର ହାଇଦରକୁ ଜେଲ କର୍ତୃପକ୍ଷ ବଲାଙ୍ଗୀର ଜେଲ୍କୁ ସ୍ଥାନାନ୍ତର କରିଥିଲେ। ଅଜୋକୁ ଧରିବା ପରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ରଣପଡ଼ାରୁ ହାଇଦରର ସମୁଦି ସେକ୍ କାଳିଆ ଓ ରିଆନ୍କୁ କଟକ କମିସନରେଟ୍ ପୁଲିସ୍ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରୁଛି। ଏ ସମ୍ପର୍କରେ ସ୍ଥାନୀୟ ପୁଲିସ୍ କିନ୍ତୁ କିଛି ଜାଣି ନଥିବା କହୁଛି। ତେବେ ଆନ୍ଧ୍ରପ୍ରଦେଶର ଜଣେ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ଯେ ଓଡ଼ିଶା ପୁଲିସ୍ ଅଜୋ ନାମକ ଏକ ଦୁର୍ଦ୍ଦାନ୍ତ ଯୁବକକୁ ପିସ୍ତଲ ସହ ଉଠାଇ ନେଇଛି। ତଦନ୍ତ ବ୍ୟାହତ ଆଶଙ୍କାରେ ସେ ଅଧିକ ତଥ୍ୟ ପାଇଁ ଓଡ଼ିଶା ପୁଲିସ୍କୁ ପଚାରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ପୁଲିସ୍ କିନ୍ତୁ ଅଜୋ ଗିରଫଦାରୀ ଖବରକୁ ଏଡାଇ ଯାଇଛି। କିନ୍ତୁ ଅଜୋର ଅପରାଧ ରେକର୍ଡ ଏବଂ ଅନ୍ୟ କେଉଁ ଅପରାଧ ସହ ତାର ସ˚ପୃକ୍ତି ରହିଛି, ସେ ସମ୍ପର୍କରେ ପୁଲିସ ଖୋଳତାଡ଼ ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ନଭେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ଘଟିଥିବା ଗୁଳିକାଣ୍ଡରେ ସେକ୍ ଇମ୍ରାନ୍ ଓରଫ୍ ଅବୁ ବକ୍କର ଓ ନିତ୍ୟାନନ୍ଦ ମଳିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସେକ ବସରକୁ ପୁଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।