ଅସଦାଚରଣ ମାମଲାରେ ବର୍ଷେ ଜେଲ୍‌

କେନ୍ଦ୍ରାପଡା: ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ମାମଲାରେ  ସ୍ପେସାଲ କୋର୍ଟର ଜଜ ହୃଷୀକେଶ ଆଚାର୍ଯ୍ୟ ଅଭିଯୁକ୍ତକୁ ଏକବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରଘୁନାଥ ନାୟକ(୪୧) ସେହି ଗ୍ରାମର ଜନୈକ ମହିଳାଙ୍କୁ ଗତ ୨୦୧୩ ମସିହା ଫେବ୍ରୁଆରି ମାସ ୮ତାରିଖରେ ଅସଦାଚରଣ କରିଥିବା ଆଳି ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାର ବିଚାର କରି ସ୍ପେଶାଲ କୋର୍ଟ ଜଜ୍‌ ଶ୍ରୀ ଆଚାର୍ଯ୍ୟ ଅଭିଯୁକ୍ତ ରଘୁନାଥକୁ  ଏକବର୍ଷ ଜେଲ ସହିତ ପାଞ୍ଚଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟେ ଅଧିକ ଏକମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଦର୍ଶାଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଇନଜୀବୀ କୁଞ୍ଜବିହାରୀ ପରିଡା ମାମଲା ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର