କେନ୍ଦ୍ରାପଡ଼ା: ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ

କେନ୍ଦ୍ରାପଡ଼ା: ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସୋମବାର ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ବନ୍ତପାଟଣା ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବାଇକ୍‌ ଆରୋହୀ ସୁନାକର ନାଥ (୫୦)ଙ୍କ ମୃତ୍ୟୁ ଘଟିଛି। ପଟାମୁଣ୍ଡାଇ ରୁ ରାଜନଗର ରୋଡ଼ରେ ଦୁର୍ଘଟଣାର ଶିକାର ହୋଇଥିବା ସୁନାକର ହେଉଛନ୍ତି ଜରିଆ ଗ୍ରାମର ବାସନ୍ଦା।

 

ସମ୍ବନ୍ଧିତ ଖବର