କେନ୍ଦ୍ରାପଡ଼ା: ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା: ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ଦୌରାଜଜ ବାସୁଦେବ ପଣ୍ଡା ଶୁକ୍ରବାର ଜଣକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦୌରାଜଜ ପଣ୍ଡା ଆଜି ୧୪ ଜଣ ସାକ୍ଷୀଙ୍କ ବୟାନକୁ ପ୍ରମାଣିତ କରିବା ପରେ ଅଭିଯୁକ୍ତ ଦିଲୀପ ବାରିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଚାନ୍ଦୋଳ ନିକଟ ଅନନ୍ତପୁର ଗାଁରେ ୨୦୦୭ ସେପ୍ଟେମ୍ବର ୧୨ରେ ଜଣେ ଯୁବତୀକୁ ଭଲ ପାଇ ଗର୍ଭବତୀ କଲା ପରେ ସାଙ୍ଗମାନଙ୍କ ସହ ମିଶି ଗଣ ଦୁଷ୍କର୍ମ କରିଥିଲା। ଘଟଣା ଦିନ ଅଭିଯୁକ୍ତମାନେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ଏ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ପରେ ଆଇପିସି ୩୦୨, ୩୭୬(ଜି )୨୦୧, ୩୪ଦଫାରେ ମାମଲା ରୁଜୁ କରି ପୁଲିସ ଦିଲୀପ ବାରିକକୁ ଗିରଫ କରିଥିଲା।

ଗଣ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରି ନଥିବାରୁ ସ୍ଥାନୀୟ ଅଂଚଳରେ କ୍ଷୋଭ ପ୍ରକାଶ ପାଇଛି। ଘଟଣା ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ନିର୍ଭୟରେ ବୁଲିବା ପୁଲିସର ବିଫଳତାକୁ ପ୍ରମାଣିତ କରୁଛି ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର