ରାଜନଗର ଥାନା: ୨୨ ପଞ୍ଚାୟତକୁ ଗୋଟିଏ ଗାଡ଼ି

ରାଜନଗର: ରାଜନଗର ଥାନା ଏବେ ଦେଢ ଲକ୍ଷ ଲୋକଙ୍କୁ ସୁରକ୍ଷା ଯୋଗାଉଛି। ବିଟ୍ରିଶ ଅମଳରୁ କାର୍ଯ୍ୟକ୍ଷମ ଏହି ଥାନା ଅଧୀନରେ ୨୨ଟି ପଂଚାୟତ ରହିଛି। ଥାନାରେ ଜଣେ ଇନ୍‌ସପେକ୍ଟରଙ୍କ ସମେତ ୩ ଜଣ ସବ୍ଇନସପେକ୍ଟର, ଜଣେ ଏଏସଆଇ, ୧୨ଜଣ କନଷ୍ଟେବଳ, ୨ଜଣ ହାବିଲଦାର ନିଯୁକ୍ତି ପାଇଛନ୍ତି। ରାଜନଗର ଥାନା ବ୍ଲକ ହେଡକ୍ବାର୍ଟରରେ ଥିବା ବେଳେ ଟାଉନ୍‌ସିପ ବୃଦ୍ଧି ପାଇଛି। ଏହି ଅଂଚଳରେ ଟ୍ରାଫିକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ରାଜନଗର ଥାନାରେ ବାରାକ୍‌ ନ ଥିବା ବେଳେ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ କ୍ବାର୍ଟର ନାହିଁ। ଗୋଟିଏ ବୋଲେରୋରେ ୨୨ଟି ପଂଚାୟତ ସମେତ ବ୍ଲକ ହେଡକ୍ବାର୍ଟରରେ ସେବା ଯୋଗାଇବା ସମ୍ଭବ ହୋଇପାରୁନି। ପିସିଆର ଭ୍ୟାନ ନ ଥିବାରୁ ପାଟ୍ରୋଲିଂ ଠିକ୍‌ ଭାବେ ହୋଇପାରୁନାହିଁ।

ଏହି ଥାନା ଅଧୀନରେ ତାଳଚୁଆ ଫାଣ୍ତି ଆଟ୍‌ ଗୁପ୍ତି କେବଳ କାଗଜକଲମରେ ଚାଲିଛି। ଘର ନ ଥିବାରୁ ଏହି ଫାଣ୍ତି କେବଳ କାଗଜକଲମରେ ରହିଛି। ଏହି ଅଂଚଳରେ ଭିତରକନିକା ଥିବାରୁ ଓ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ଜମୁଛି। ହେଲେ ଫାଣ୍ତି କାର୍ଯ୍ୟକ୍ଷମ ନ ହେବା ସବୁ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ଏହି ଫାଣ୍ତି ପାଇଁ ନିଯୁକ୍ତି ପାଇଥିବା ୨ଜଣ କନଷ୍ଟେବଳ ରାଜନଗର ଥାନାରେ ରହି କାମ କରୁଛନ୍ତି। ରାଜନଗର ଥାନା ଆଇଆଇସି ତପନ କୁମାର ନାୟକଙ୍କକ ହିବା କଥା ହେଲା, କର୍ମଚାରୀଙ୍କ ପାଇଁ କ୍ବାର୍ଟର ଓ ବାରାକ୍‌ ନ ଥିବାରୁ କର୍ମଚାରୀ ରହିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜନଗରରେ ଟ୍ରାଫିକ୍‌ ସମସ୍ୟା ଓ ୨୨ଟି ପଂଚାୟତକୁ ସେବା ଯୋଗାଇବା ପାଇଁ ପିସିଆର ଭ୍ୟାନର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର