ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଂଚାୟତ ଜୁଣଗଡି ଗାଁରେ ମଣ୍ଡିରେ ସମ୍ପାଦକ ଓ ମିଲରଙ୍କ ନିର୍ଯାତନା ସହିନପାରି ପ୍ରାଣ ହରାଇଥିବା ତ୍ରିଲୋଚନ ନାୟକଙ୍କ ପରିବାରକୁ ସ୍ଥାନୀୟ ବିଧାୟକ ଭେଟିଛନ୍ତି। ଆଜି ସନ୍ଧ୍ୟାରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମୃତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

Advertisment

ବିଜେଡି ନେତା ଶ୍ରୀ ସାହୁ ମଣ୍ଡି ଓ ମିଲ୍‌ରେ ମୃତ ଚାଷୀ ଓ ତାଙ୍କ ଭାଇ କିପରି ଶୋଷଣ ଓ ନିର୍ଯାତନାର ଶିକାର ହୋଇଥିଲେ ସେ ନେଇ ପଚାରି ବୁଝିଛନ୍ତି। ମୃତ ଚାଷୀର ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରନ୍ତୁ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଧାୟକଙ୍କ ସହିତ ବ୍ଲକ ବିଜେଡି ସଭାପତି ନିରଞ୍ଜନ ରାଉତ, ବରିଷ୍ଠ ନେତା ବିଜୟ କୁମାର ନାୟକ, ଯୁବ ନେତା ରାକେଶ କୁମାର ନାୟକ ପ୍ରମୁଖ ମୃତ ଚାଷୀ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। 

ଆହୁରି ପଢ଼ନ୍ତୁ: Farmer: ଚାଷୀ ସମାବେଶରେ ନବୀନଙ୍କ ଶାଣିତ ଆକ୍ରମଣ: ‘ସେବା ଦରକାର, ପ୍ରବଚନ ନୁହେଁ’

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଛନ୍ତି। ତ୍ରିଲୋଚନଙ୍କର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଜାନୁଆରି ୧୬ରେ ଧାନ ଦେବାକୁ ମେସେଜ ଆସିଥିଲା। ସେବା ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଧରି ଦୌଡ଼ି ଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି। ମଣ୍ଡି ପରିବର୍ତ୍ତେ ମିଲକୁ ଧାନ ନେଇ ଯାଇଥିଲେ ତ୍ରିଲୋଚନ। ରାମଚଣ୍ଡୀ ମିଲରେ ୩ଦିନ ଅଖିଆ ଅପିଆ ଧାନ ଜଗି ରହିଥିଲେ। ମିଲରକୁ କୁଇଣ୍ଟାଲ ପିଛା ୬ କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ ହଜାର ଟଙ୍କା ଅନଲୋଡ଼ ପାଇଁ ଦେବା ପରେ ଧାନ ଅନଲୋଡ଼ ହେଲା। ମିଲର ଓ ସମ୍ପାଦକଙ୍କ ନିର୍ଯ୍ୟାତନା ସହି ନପାରି କାଲି ମିଲରୁ ଫେରି ଘରେ ପହଂଚିବା କ୍ଷଣି ପ୍ରାଣ ହରାଇଛନ୍ତି। 

ଆହୁରି ପଢ଼ନ୍ତୁ: BJD: ରାଜ୍ୟ ବିଜେପି ସରକାରଙ୍କର ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଛି: ବିଜେଡି