ପଟ୍ଟାମୁଣ୍ତାଇ : ସେଲ୍‌ସମ୍ୟାନଙ୍କଠାରୁ ୨.୮୩ ଲକ୍ଷ ଲୁଟ୍‌

ପଟ୍ଟାମୁଣ୍ତାଇ : ପଟ୍ଟାମୁଣ୍ଡାଇ ଅଂଚଳରେ ମାତିଛନ୍ତି ଲୁଟେରା। ଆଜି ମଦ ଦେକାନର ଜଣେ ସେଲ୍‌ସମ୍ୟାନ୍‌ ଲୁଟ୍‌ର ଶିକାର ହୋଇଛନ୍ତି। ତାଙ୍କଠାରୁ ଦୁର୍ବୃତ୍ତ ୨ଲକ୍ଷ ୮୩ହଜାର ଟଙ୍କା ଲୁଟି ନେଇଛନ୍ତି।

ଲୁଟ୍‌ର ଶିକାର ହୋଇଥିବା ଏହି ବ୍ୟକ୍ତି ଜଣକ ହେ‌େଲ, ସନ୍ମାଦୁର ବିଶ୍ବାଳ। ଶ୍ରୀ ବିଶ୍ବାଳ ଆଜି ଦିନ ପ୍ରାୟ ୧୨ଟା ବେଳେ ରାଜନଗରସ୍ଥିତ ଗୋପାଳପୁରଠାରେ ଥିବା ଦୁଇଟି ମଦ ଦୋକାନରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ। ଏହି ସମୟରେ ପଟ୍ଟାମୁଣ୍ତାଇ-ରାଜନଗର ରାସ୍ତା ଅଳଭା ଗ୍ରାମ ପାଖ ଇଚ୍ଛାପୁର ନିକଟରେ ଦୁଇ ଲୁଟେରା ବାଇକ୍ ଚାବି ଛଡ଼ାଇ ନେଇ ଡିକିରୁ ୨ଲକ୍ଷ ୮୩ ହଜାର ଟଙ୍କା ନେଇ ପଳାଇଥିଲେ ବୋଲି ଶ୍ରୀ ବିଶ୍ବାଳ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର