ଦୋକାନ, ଆଶ୍ରମ ଘର ଜଳିଗଲା

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ବିଜୟ ନଗର ଗ୍ରାମସ୍ଥିତ ହାଟ ପଡ଼ିଆ ନିକଟରେ ଥିବା ଲକ୍ଷ୍ମୀବଜାରରେ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ଗୃହ ସହିତ ଏକ ଆଶ୍ରମ ଗୃହ ଜଳି ଯାଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୨ ଟାରେ ଲକ୍ଷ୍ମ୍ମୀବଜାରରେ ଥିବା ଗୋଖେଇ ସେଠୀଙ୍କ ଓମ୍‌ ଶାନ୍ତିି ଅଭିରାମ ଆଶ୍ରମ ଗୃହ, ନିତ୍ୟାନନ୍ଦ ବାରିକଙ୍କ ସେଲୁନ୍‌ ଓ ରଂଜନ ପ୍ରତିହାରୀଙ୍କ ଏକ ଓମ୍‌ଫେଡ୍‌ ଷ୍ଟକ ଦୋକାନରେ ଅଗ୍ନିକାଣ୍ଡ ଘଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର