ଚୋରି ସାମଗ୍ରୀ ଉଦ୍ଧାର ୩ ଅଭିଯୁକ୍ତ କୋର୍ଟଚାଲାଣ

ମାର୍ଶାଘାଇ: ଚୋରି ଅଭିଯୋଗରେ ମାର୍ଶାଘାଇ ପୁଲିସ୍‌ ଆଜି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ବୋଲି ପୁଲିସ୍‌ କହିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନେ କେନ୍ଦ୍ରାପଡ଼ା ସଦର ଥାନା ଅର୍ନ୍ତଗତ ଶାମଗୁଡିଆର ଦୀପକ ଦାସ (୨୦), ରାଜୁ ଦାସ (୨୬) ଓ ବାବୁନା ଦାସ (୩୦) ବୋଲି ଜଣାପଡ଼ିଛି ।
ମିଳିଥିବା ଖବର ଅନୁଯାୟୀ, ଗତ ୨୪ ତାରିଖରେ ଉକ୍ତ ୩ ଜଣ ଯୁବକ ମାର୍ଶାଘାଇ ଥାନା ଅର୍ନ୍ତଗତ ବେନୁପାଳର ଗ୍ରାମର ବିଚିତ୍ରା ନନ୍ଦ ରାଉତଙ୍କ ଘରେ ପଶି ଏକ ବାକ୍ସ ଚୋରି କରିନେଇଥିଲେ । ଏହି ବାକ୍ସରେ ଶ୍ରୀ ରାଉତ୍‌ ଏକ ମୋବାଇଲ ସେଟ୍‌ ସହ ନଗଦ୍‌ ୬ହଜାର ୬ଶହ ଟଙ୍କା ରଖିଥିଲେ । ଏ ନେଇ ଶ୍ରୀ ରାଉତ୍‌ ଉକ୍ତ ଅଭିଯୁକ୍ତଙ୍କ ନାଁ ରେ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୁଲିସ ଥାନା କେସ୍‌ ନଂ ୧୧/୧୮ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲା । ଅଭିଯୁକ୍ତ ମାନଙ୍କ ଠାରୁ ଚୋରି ମୋବାଇଲ ସେଟ୍‌ ସହ ନଗଦ୍‌ ୬ ହଜାର ୬ଶହ ଟଙ୍କା ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର