ଜିଲ୍ଲାପାଳଙ୍କ ଅଫିସ୍‌ରେ ଧାରଣା, ଘେରାଉ

ବସନ୍ତ ହତ୍ୟା ଘଟଣା: ପୁଲିସ ହାତ ଖାଲି

କେନ୍ଦ୍ରାପଡ଼ା: ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ପଟ୍ଟାମୁଣ୍ତାଇ ଥାନା ସ˚କୁରୁପା ନିକଟରେ ବଡିହ ଗ୍ରାମର ବସନ୍ତ ନାୟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରାୟ ଦେଢ଼ମାସ ପରେ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିପାରିନାହିଁ। ପୁଲିସ୍‌ ତଦନ୍ତରେ ଅବହେଳା କରୁଥିବା ପ୍ରତିବାଦରେ ଆଜି ବସନ୍ତଙ୍କ ପରିବାରବର୍ଗ ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଘେରାଉ କରିଥିଲେ।
ସେମାନେ ଅଭିଯୋଗ କରିଥିଲେ ଯେ,ଏହି ଘଟଣାରେ ପୁଲିସ୍‌ ସମ୍ପୂର୍ଣ୍ଣ ଉଦାସୀନ ରହିଛି। ଅଭିଯୁକ୍ତମାନଙ୍କୁ ଧରି ଆଣି ନାମକୁମାତ୍ର ପଚାରି ଛାଡ଼ି ଦେଇଛି। ଅଭିଯୋଗପତ୍ରରେ ଯେଉଁମାନଙ୍କର ନାମ ରହିଛି ସେମାନଙ୍କ ମଧୢରୁ କାହାକୁ ଗିରଫ କରୁନାହିଁ। ଏପରିକି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବଦଳାଇବା ପାଇଁ ପ୍ରଭାବଶାଳୀ ଗୋଷ୍ଠୀ ଲାଗି ପଡ଼ିଥିଲେ। ଚାପରେ ରହି ଡାକ୍ତର ଶେଷକୁ ରିପୋର୍ଟ ବଦଳାଇବାକୁ ଉଦ୍ୟମ କରିଥିଲେ। ଏ ନେଇ ସୁରାକ୍‌ ପାଇବା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷକୁ ବାଧୢ ହୋଇ ଡାକ୍ତର ଏହା ଦୁର୍ଘଟଣା ଅବା ହତ୍ୟାଜନିତ ମୃତ୍ୟୁ ବୋଲି ରିପୋର୍ଟ ଦେଇଥିଲେ ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଥିଲେ।
ବସନ୍ତଙ୍କ ପିତା ଜଗବନ୍ଧୁ, ମା’ ସବିତା, ଭଉଣୀ ସୁଜାତା, ସ˚ଗୀତା, ଶୁଭସ୍ମିତାଙ୍କ ସମେତ ଶତାଧିକ ଗ୍ରାମବାସୀ ଧାରଣାରେ ସାମିଲ ହୋଇଥିଲେ। ସ˚ଧୢା ପର୍ଯ୍ୟନ୍ତ କୌଣସି ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି କୌଣସି ଆଲୋଚନା ନ କରିବାରୁ ସେମାନେ ଜିଲ୍ଲାପାଳ ଅଫିସ ବାରଣ୍ତାରେ ବସି ରହି ଅଫିସ୍‌ ଘେରିଥିଲେ । ଉପଜିଲ୍ଲାପାଳ ସ˚ଜୟ କୁମାର ମିଶ୍ର, ହତ୍ୟା ଅଭିଯୋଗର ତଦନ୍ତ କରିଥିବା ଅତିରିକ୍ତ ଏସ୍‌ପି ଅରୁଣ କୁମାର ଜେନା, ଡିଆଇବି ଡିଏସ୍‌ପି ର˚ଜନ କୁମାରେ ଦେ, ଟାଉନ୍‌ ଥାନା ଅଧିକାରୀ ତପନ ନାୟକ ପ୍ରମୁଖ ଘଟଣାସ୍ଥଳକୁ ଆସି ବୁଝାଶୁଝା କରିଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ପାଇଁ ଉପଜିଲ୍ଲାପାଳ ୧୫ ଦିନ ମହଲତ ମାଗିଥିଲେ। ଏସ୍‌ପିଙ୍କ ସହ ଆଲୋଚନା ପରେ ଏହି ପ୍ରତିଶ୍ରୁତି ଦିଆଯାଇଛି ବୋଲି ଉପଜିଲ୍ଲାପାଳ ଜଣାଇବାରୁ ସେମାନେ ଅନଶନରୁ ଓହରିଥିଲେ । ସୂଚନା ଥାଉ କି, ପ୍ରେମ ବ୍ୟାପାରକୁ ନେଇ ମହାକାଳପଡ଼ା ଥାନା ଅନ୍ତର୍ଗତ ବଡିହ ଗ୍ରାମର ବସନ୍ତ(୨୪)ଙ୍କ ସହିତ ରତନପୁର ଗ୍ରାମର ଧୁକୁଡ଼ି ବାଇ ମଧୢରେ ବିବାଦ ଲାଗି ରହିଥିଲା। ବସନ୍ତ ହାଇଦ୍ରାବାଦରେ କାମ କରୁଥିବା ବେଳେ ଧୁକୁଡ଼ି ବାଙ୍ଗଲୋରରେ ଚାକିରି କରୁଥିଲା। କିନ୍ତୁ ସେହିମାସ ୧୮ ତାରିଖରେ ବଡ଼ପଲ୍ଲୀ ବଜାରରେ ଉଭୟଙ୍କ ମଧୢରେ ବଚସା ହୋଇଥିଲା। ୧୯ ତାରିଖରେ ସେ ବାଇକ୍‌ରେ ସ˚କୁରୁପା ଦେଇ ରାଜନଗର ଆଡେ଼ ଯାଇଥିଲେ। ପରଦିନ ସକାଳେ ସ˚କୁରପା ଗାଁ ମୁଣ୍ତରୁ ବସନ୍ତଙ୍କ କ୍ଷତବିକ୍ଷତ ମୃତଦେହ ଜବତ କରାଯାଇଥିଲା । ପୁଲିସ୍‌ ଏହି ଘଟଣାରେ ଧୁକୁଡ଼ି ଓ ଅନ୍ୟ ୪ ଜଣଙ୍କୁ ପଚରାଉଚୁରା କରି ଛାଡ଼ି ଦେଇଥିଲେ ହେଁ ହତ୍ୟା ରହସ୍ୟ ଉନ୍ମୋଚନ କରି ପାରିନାହିଁ ।

ସମ୍ବନ୍ଧିତ ଖବର