ରାଜନଗର ରାଜନଗର ବ୍ଲକ ସମ୍ମୁଖରେ ଗୁଳୁଦିଆ ଗ୍ରାମର ଯୁବକମାନେ ଆମରଣ ଅନଶନରେ ବସିଛନ୍ତି। ଦୁଇଦିନ ହେଲା ଆମରଣ ଅନଶନରେ ବସିରହିଛନ୍ତିି। ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ରାଜନଗର ବ୍ଲକ ମହିଁଷାସୁର ପଞ୍ଚାୟତର ଗୁଳୁଦିଆ ଗ୍ରାମରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨ ଲକ୍ଷ ୫୦ ହଜାର ଟଙ୍କାରେ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଆସିଥିଲା। ଗାଁରେ ଯେଉଁ ଦିନ ପଲ୍ଲୀସଭା ପାଇଁ ନୋଟିସ୍ ଦିଆଯାଇଥିଲା, ସେଦିନ ପଲ୍ଲୀସଭା ହେଲାନାହିଁ। ତା’ ପରଦିନ ପଂଚୟତ ନିର୍ବାହୀ ଅଧିକାରୀ ଗାଁରେ ପଲ୍ଲୀସଭା ପାଇଁ ପହଁଚିବାରୁ କେହି ଲୋକ ନଥିବାରୁ ପଲ୍ଲୀସଭା ହୋଇନଥିଲା।
ଅନ୍ୟ ଏକ ଦିନ ପାଇଁ ନୋଟିସ୍ କରି ପଲ୍ଲୀସଭା କରିବେ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ କହିଥିଲେ। ମାତ୍ର ଏବେ ପଲ୍ଲୀସଭା ନକରି ଜି.ଜି.ଓ୍ଵାଇ. କାମକୁ ଡିପାର୍ଟମେଂଟାଲ୍ କରିବାକୁ ଫାଇଲ୍ ପ୍ରସ୍ତୁତ ହୋଇଅଛି। ଏହାକୁ ବିରୋଧ କରି ଗାଁର ରଂଜନ କୁମାର ପ୍ରଧାନ, ଚିତ ରଂଜନ ସାହୁ, ମୁକୁନ୍ଦଦେବ ବିଶ୍ୱାଳ, ଅଦୈତ ସାହୁ, ପ୍ରଶାନ୍ତ ସେଠୀ, ସର୍ବେଶ୍ୱର ସେଠୀ, ସୌଭାଗ୍ୟ ସେଠୀ, ଗଗନ ପ୍ରଧାନ, ଅଲେଖ ପରିଡା, ଗାଁ ମୁରବି ଅମର ଜେନା ପ୍ରମୁଖ ଗତକାଲି ଠାରୁ ଆମରଣ ଅନଶନରେ ବସିରହିଛନ୍ତିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kdp20.jpg)