ପୁଣି ତିନି ଦିନିଆ ରିମାଣ୍ଡରେ ଯିବେ ଗ୍ୟାଙ୍ଗଷ୍ଟର ଟିଟୋ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ୍‌ ଅଲ୍ଲୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପୁଣି ଥରେ ୩ ଦିନିଆ ରିମାଣ୍ଡରେ ନେବ। ଏ ନେଇ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ରିପୋର୍ଟ ଅନୁସାରେ ଟିଟୋ ଜୁଲାଇ ୧୪ରୁ ରିମାଣ୍ଡରେ ଯିବେ। ରିମାଣ୍ଡ ଅବଧୀ ଜୁଲାଇ ୧୬ରେ ଶେଷ ହେବ ବୋଲି ଜଣାପଡ଼ିଛି। କୁଖ୍ୟାତ ଅପରାଧୀ ଟିଟୋଙ୍କୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ୫ ଦିନ ରିମାଣ୍ଡରେ ନେବା ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା। ଏସ୍‌ଟିଏଫ୍‌ର ଆବେଦନ ପରେ ଟିଟୋଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଜଜ ନିହାର ରଂଜନ ସାହୁ ଅନୁମତି ଦେଇଥିବା ଜଣାପଡ଼ିଛି। ଟିଟୋକୁ ପ୍ରଥମେ ଏସ୍‌ଟିଏଫ୍‌ ୫ ଦିନିଆ ଓ ପରେ ୪ ଦିନିଆ ରିମାଣ୍ଡରେ ନେଇଥିଲା।

ଟିଟୋର ସ୍ତ୍ରୀ ବେନଜୀର ବିବିକୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ର ୩ ଜଣିଅା ଟିମ୍ ଜେରା କରିଛି। ପଚରାଉଚରା ବେଳେ ଜଣାପଡ଼ିଛି ଯେ ବେନଜୀରଙ୍କୁ ବ୍ୟବସାୟରେ ୩ ଜଣ ବ୍ୟକ୍ତି ସହଯୋଗ କରୁଥିଲେ। ବେନଜୀର ଯେଉଁ ୩ ଜଣଙ୍କ ନାମ ନେଇଛନ୍ତି ସେମାନଙ୍କୁ ଏସଟିଏଫ୍‌ ଜୋରା କରିବ। ଏସ୍‌ଟିଏଫ୍‌ର ଜେରା ବେଳେ ସାଲାଇନ ଲଗାଇ ଟିଟୋଙ୍କ ପତ୍ନୀ ଶୋଇଥିଲେ। ବେନଜୀର କହିଛନ୍ତି, ବ୍ୟବସାୟ ପାଇଁ କାଗଜପତ୍ରରେ ମୋର ନାଁ ଥିଲା କିନ୍ତୁ ସେମାନେ ସହଯୋଗ କରୁଥିଲେ। ଟିଟୋର କେନ୍ଦ୍ରାପଡ଼ା ଦିଲାରପୁରସ୍ଥିତ ବାସଭବନରେ ଏସ୍‌ଟିଏଫ୍‌ର ଅଧିକାରୀମାନେ ଦୀର୍ଘ ଦେଢ଼ ଘଣ୍ଟା ଧରି ବେନଜୀରଙ୍କୁ ଜେରା କରିଥିଲେ। ବେନଜିରଙ୍କ କୌଣସି ବୃତ୍ତି ନଥାଇ ସେ କେମିତି ବିପୁଳ ସଂପତ୍ତିର ଅଧିକାରୀ ହେଲେ ଏନେଇ ଏସ୍‌ଟିଏଫ୍‌ ପଚରାଉଚରା କରିଛି।

ସମ୍ବନ୍ଧିତ ଖବର