ଟ୍ରକ୍ ଧକ୍କାରେ ଅଟୋ ଚାଳକଙ୍କ ସମେତ ୪ ଗୁରୁତର

ଆଳି: ଆଜି ସକାଳ ୯ଟା ବେଳେ କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଏକ ମାଲବାହୀ ଟ୍ରକ୍ ଧକ୍କାରେ ବ୍ୟାଟେରୀ ଚାଳିତ ଅଟୋରିକ୍ସା ଭାଙ୍ଗି ଛାରଖାର ହୋଇଯାଇଥିବା ବେଳେ ଅଟୋ ଚାଳକଙ୍କ ସମେତ ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ଜଣାପଡିଛି ଯେ,ଏକ ବ୍ୟାଟେରୀ ଚାଳିତ ଅଟୋରିକ୍ସାରେ ରାଜକନିକା ଥାନା ପାତୁଳି ଗ୍ରାମର ଅଟୋ ଚାଳକ କାହ୍ନୁ ମଲିକ ପେଗରପଡା ଗ୍ରାମର ଜନୈକା ବୃଦ୍ଧାରୋଗୀଙ୍କ ସହିତ ତାଙ୍କର ଦୁଇଜଣ ସମ୍ପର୍କୀୟଙ୍କୁ ନେଇ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ।କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଏକ ମାଲବାହୀ ଟ୍ରକ୍ ଅଟୋରିକ୍ସାକୁ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅଟୋରିକ୍ସା ଭାଙ୍ଗି ଖଣ୍ଡବିଖଣ୍ଡ ହୋଇଯାଇଥିବା ବେଳେ ସମସ୍ତ ଆହତମାନଙ୍କୁ କଟକ ଓ କେନ୍ଦ୍ରାପଡ଼ାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର