ଚୋରି ଅଭିଯୋଗରେ ୨ ଗିରଫ:୬ ମୋବାଇଲ୍‌ ଜବତ୍‌

ଚାନ୍ଦୋଳ: ମୋବାଇଲ୍‌ ଚୋରି ଅଭିଯୋଗରେ କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ଡି ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରଛି। ସେମାନଙ୍କଠାରୁ ୧୦ଟି ମୋବାଇଲ୍‌ ଜବତ କରାଯାଇଛି। ଏହି ଅଭିଯୁକ୍ତ ଦ୍ୱୟ ହେଉଛନ୍ତି କରିଲୋପାଟଣା ଗ୍ରାମର ସତିଶ କୁମାର ଦଳାଇ (୧୯) ଓ କ୍ଷିତିଶ କୁମାର ଦଳାଇ (୨୦) ।
ସୂଚନାରୁ ପ୍ରକାଶ, ଗତ ୬ ତାରିଖରେ ଚାନ୍ଦୋଳ ବଜାରର ମହାବୀର ମୋବାଇଲ୍‌ ଦୋକାନର ଆଜବେଷ୍ଟସ୍‌ ତାଡ଼ି ଦୋକାନରୁ ବିଭିନ୍ନ କମ୍ପାନୀର ୨୧ଟି ନୂଆ ମୋବାଇଲ୍‌ ଫୋନ୍‌ ଓ ମୋବାଇଲ୍‌ ଯନ୍ତ୍ରାଂଶ ଚୋରି ହୋଇଥିବା ଚାନ୍ଦୋଳ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଜାରି ରଖିଥିଲା । ମୋବାଇଲ ଟ୍ରାକିଂ କରି ଚୋରମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା । ସଦର ଥାନା ଅଧିକାରୀ ସୁଜିତ୍‌ ପ୍ରଧାନ, ଚାନ୍ଦୋଳ ଫାଣ୍ଡିଅଧିକାରୀ ତୁଷାରକାନ୍ତ କାନୁନ୍‌ଗୋ ଓ କନଷ୍ଟେବଳ ଲଳିତ ନାୟକ ସଦଳବଳେ ଚଢ଼ାଉ କରି କରିଲୋପାଟଣାଠାରେ ଜନୈକ ଦୋକାନୀଙ୍କୁ ମୋବାଇଲ୍‌ ବିକିବା ପାଇଁ ଯୋଜନା କରୁଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଥିଲେ ।

ସମ୍ବନ୍ଧିତ ଖବର