କେନ୍ଦ୍ରାପଡ଼ା: ସଡ଼କ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା: ରାଜନଗର ଥାନା ଅଧୀନ ତିଅର ଛକ ନକଟରେ ଶୁକ୍ରବାର ଏକ ମର୍ମନ୍ତଦ ସଡ଼କ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଇକ ଦ୍ୱୟ ମୁହାଁମୁହିଁ ଧକ୍କା ହେବାରୁ ନାଥପୁର ଗ୍ରାମର ସଞ୍ଜୟ ଜେନା(୨୨) ଓ ଗୁପ୍ତି ଗ୍ରାମର ବାସୁଦେବ ପଲାଇ(୫୦)ଙ୍କ ମୃତ୍ୟୁ ଘଟିଛି।

ସେହିଭଳି ସାତଭାୟା ଗ୍ରାମର ଗୁରୁତର ବ୍ୟକ୍ତି ଅକ୍ଷୟ ଲେଙ୍କାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର