ରାଜନଗର: ରାଜନଗର ବ୍ଲକର ଦୁଇଟି ସ୍ଥାନରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଦିନ ପ୍ରାୟ ୨ଟାରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା। ଗୁପ୍ତି ପଞ୍ଚାୟତ କୃଷ୍ଣପ୍ରିୟାପୁର ଗାଁର ବାବୁରାମ ମଣ୍ତଳଙ୍କ ୧୩ ବର୍ଷର ଝିଅ ଫୁଲରାଣୀ ବାସନ ଧୋଇ ଘର ଉପରକୁ ଉଠୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଫୁଲରାଣୀଙ୍କ ମୃତ୍ୟୁ ଘଟିଥିଲା। ପିଣ୍ଢା ଉପରେ ବସିଥିବା ଫୁଲରାଣୀଙ୍କ ଜେଜେମା’ ଗୀତାରାଣୀ ମଣ୍ତଳ (୬୫)ଆହତ ହୋଇଥିଲେ। ସେହିପରି ଏକମାଣିଆ ଗାଁର ଯଦୁନାଥ ସ୍ବାଇଁଙ୍କ ଘର ନିକଟରେ ବଜ୍ରପାତ ହୋଇଥିଲା। ଘରେ ଶୋଇଥିବା ଯଦୁନାଥଙ୍କ ଝିଅ ଅଂଜୁଲତା(୨୦) ବଜ୍ରପାତ ଶବ୍ଦରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି।
ବଜ୍ରପାତରେ ଜଣେ ମୃତ, ୨ ଗୁରୁତର
/sambad/media/post_attachments/wp-content/uploads/2018/10/bright-lightning-purple-sky.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)