ଦୁଇବଖରା ଘର ଜଳିଗଲା

ରାଜନଗର: ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଜଗନ୍ନାଥପୁର ଗାଁରେ ଗତକାଲି ଅଗ୍ନିକାଣ୍ତ ଘଟି ଦୁଇବଖରା ସମେତ ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଛି। ଗାଁର କାଳନ୍ଦୀ ପାଢୀଙ୍କ ଦୁଇବଖରା ଘର କୌଣସି କାରଣ ବସତଃ ନିଆଁ ଲାଗି ଯାଇଥିଲା। ଖବରପାଇ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିଲା। ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ, ପୂର୍ବତନ ପ˚ଚାୟତ ସମିତି ଅଧୢକ୍ଷ ସୁରେନ୍ଦ୍ର କୁମାର ରାଉତ ଅଗ୍ନିବିପନ୍ନ ପରିବାରଙ୍କ ନିକଟରେ ପହଁଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଛନ୍ତି। ବିପନ୍ନ ପରିବାରକୁ ପଲିଥିନ ସହିତ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର