ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ : ୨ ଜଣଙ୍କ ବେକ କାଟିଲେ ଦୁର୍ବୃତ୍ତ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ହାତୀନାସ୍ଥିତ ଏକ ସୁନା ଦୋକାନରୁ ଗତକାଲି ରାତି ୧୧ଟାରେ ଲୁଟ୍‌ ଉଦ୍ୟମ ହୋଇଛି। ଲୁଟପାଟ କରିବାରେ ବିଫଳ ହେବାରୁ ଦୁର୍ବୃତ୍ତମାନେ ଦୋକାନୀ ପ୍ରଶାନ୍ତ ସାହୁ ଓ ଘର ମାଲିକ ଜଗବନ୍ଧୁ ପ୍ରଧାନଙ୍କ ବେକ କାଟି ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଶାନ୍ତ ଓ ଜଗବନ୍ଧୁଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପ୍ରଶାନ୍ତଙ୍କ ଭାଇ ଶ୍ରୀକାନ୍ତ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର