ଗହୀରମଥା ନିଷିଦ୍ଧାଞ୍ଚଳରୁ ୨ ଟ୍ରଲର ଜବତ: ୧୭ ମତ୍ସ୍ୟଜୀବୀ ଗିରଫ

ରାଜନଗର: ଗହୀରମଥା ସାମୁଦ୍ରିକ ନିଷିଦ୍ଧା˚ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ଟି ଟ୍ରଲରକୁ ବନବିଭାଗ ଜବତ କରିଛି। ଏଥିରେ ଥିବା ୧୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଗିରଫ ମତ୍ସ୍ୟଜୀବୀଙ୍କୁ ଆଜି ସ˚ଧୢାରେ କୋର୍ଟଚାଲାଣ କରାଯାଇଛି। ଜବତ ଟ୍ରଲରଦୁଇଟି ବାଲେଶ୍ବର ଜିଲ୍ଲା ବଳରାମଗଡି ଅ˚ଚଳର। ଗିରଫ ମତ୍ସ୍ୟଜୀବୀଙ୍କ ମଧୢରେ ତନ୍ତିଆପାଳର ମାଣିକ ବାଗ, ସୁକାନ୍ତ ବାଗ, ଜୟଦେବ ବାଗ, ଜୟଦେବ ଜେନା, ଅଶୋକ ଦାସ, ରାମନଗରର ହିରୁଲାଲ ମଣ୍ତଳ, ସୁମନ୍ତ ଜେନା ଏବ˚ ପଶ୍ଚିମବଙ୍ଗ କାନ୍ଥିର ହାରାଧନ ଗିରି, ବାସୁଦେବପୁରର ରମାକାନ୍ତ ପରିଡା, ଧରଣୀଧର ରବିନ୍ଦ୍ର ମାଝି, ମନୋର˚ଜନ ମାଝି, ତିହିଡିର ନାରାୟଣ ପରିଡା, ଅଜୟ ମାହୁନ୍ତ, ଭାସ୍କର ପରିଡା, ବାସୁଦେବପୁରର ଅରୁଣ ମଳିକ ଓ ଖାନ୍ତାପଡାର ଶ୍ରୀନିବାସ ମାଝିଙ୍କୁ ଗିରଫ କରାଯାଇଛି। ଜବତ ଟ୍ରଲରୁ ୧୦ କୁଇଣ୍ଟାଲ ମାଛ ଜବତ କରାଯାଇଛି। ଗହୀରମଥା ନିଷିଦ୍ଧା˚ଚଳ ସୁରକ୍ଷା ଦାୟିତ୍ବରେ ଥିବା ଅତିରିକ୍ତ ବନସ˚ରକ୍ଷକ ଶ୍ରୀରାମପଦ ଶ୍ରୀଅରବିନ୍ଦ ମିଶ୍ରଙ୍କ ନେତୃତ୍ବରେ ଏକ ପାଟ୍ରୋଲି˚ ଟିମ ପଇଁତରା ସମୟରେ ଏହି ଟ୍ରଲର ଦୁଇଟିକୁ ଜବତ କରିଥିଲେ।

ସମ୍ବନ୍ଧିତ ଖବର