ଲୁଣା ନଦୀରୁ ଅଚିହ୍ନା ଶବ ଉଦ୍ଧାର

ଚାନ୍ଦୋଳ: ଚାନ୍ଦୋଳ ଫାଣ୍ତି ଅନ୍ତର୍ଗତ ଲୁଣାନଦୀର ଯଅଁରାବାରିମୂଳ ପଂଚାୟତ ଅର୍ତାମୂଳ ସ୍ଥିତ ସାହେବଗୋଦାମ ଠାରେ  ଅପରାହ୍ନରେ ଜଣେ ଅଜଣା ଯୁବକର ଶବ ଭାସୁଥିବା ଦେଖିବାକୁ ମିଳିଥିଲା। ଯୁବକଟି ତଳମୁହାଁ ହୋଇ ନଦୀରେ ଭାସୁଥିବା ବେଳେ ବୟସ ପାଖାପାଖି ୩୦ ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ ଚାନ୍ଦୋଳ ଫାଣ୍ତି ଏଏସ୍‌ଆଇ ସୁଦର୍ଶନ ସାମଲ ଓ କର୍ମଚାରୀ ଅମିତ କୁମାର ମହାନ୍ତି ଓ ଲଳିତ କୁମାର ନାୟକ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ।

ସମ୍ବନ୍ଧିତ ଖବର