ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିକଟ ବଙ୍ଗୋପସାଗରର ଅଗରନାସୀ ନିକଟରେ ଆଜି ସକାଳୁ ଏକ ମୃତ ତିମି ମାଛର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସମୁଦ୍ର ଲହଡ଼ିରେ ଏହାକୁ କୂଳ ନିକଟରେ ଧୀବରମାନେ ପ୍ରଥମେ ଦେଖିଥିଲେ । ଖବର ପାଇ ବନବିଭାଗ ଟିମ ଘଟଣାସ୍ଥଳ ଅଭିମୁଖେ ଯାଉଛନ୍ତି । ମୃତ ତିମିର ଲମ୍ବ ୬୦ ଫୁଟ ଓ ଗୋଲେଇ ୨୫ ଫୁଟ ହେବ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଅଗରନାସୀ ଦୀପ ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଏନ୍ତୁଡିଶାଳ ରୂପେ ପରିଚିତ । ବାତ୍ୟା ଅମ୍ଫାନ ପ୍ରଭାବରେ ପ୍ରବଳ ବେଗରେ ପବନ ଓ ଉଚ୍ଚ ଜୁଆର ଯୋଗୁଁ ତିମିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ତିମି ମୃତଦେହ ଉଦ୍ଧାର ହୋଇଛି । ବିଗତ ୨ ବର୍ଷ ମଧ୍ୟରେ ୪ଟି ତିମିର ମୃତଦେହ ଉଦ୍ଧାର ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Rajnagar-Whale-Body_01.11.18_Thumbnail.jpg)