ସମିତି ସଭ୍ୟଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମହିଳା

ପଟ୍ଟାମୁଣ୍ଡାଇ: ମହିଳାମାନଙ୍କୁ ସମିତି ସଭ୍ୟ ଶ୍ରୀକାନ୍ତ ସାହୁ ଗାଳିଗୁଲଜ ଓ ଧମକ ଦେବାରୁ ଅଘଟଣ ଘଟିଛି। ମହିଳାମାନେ ଘରେ ପୂରାଇ ସମିତି ସଭ୍ୟଙ୍କୁ ତାଲା ପକାଇଦେବା ଭଳି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଲାଭାଙ୍ଗି ସମିତିସଭ୍ୟ ଶ୍ରୀକାନ୍ତ ସାହୁଙ୍କୁ ଉଦ୍ଧାର କରିବା ପରେ ଛାଡିଦେବାରୁ ଶତାଧିକ ମହିଳା ତାଙ୍କୁ ଗିରଫ କରିବା ଦାବିରେ ଥାନା ଘେରାଉ କରିଛନ୍ତି । ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅରଡପଲ୍ଳୀ ଗ୍ରାମପଞ୍ଚାୟତରେ। ସ୍ବୟଂସହାୟକ ମହାସଂଘର ଘର ତିଅାରି ପାଇଁ ସ୍ଥାନ ନିରୂପଣକୁ ନେଇ ଏହି ଅଘଟଣ ଘଟିଥିବା ଜଣାଯାଇଛି। ଏହି ଘଟଣାରେ ସମିତି ସଭ୍ୟ ଶ୍ରୀକାନ୍ତ ସାହୁଙ୍କ ପକ୍ଷରୁ ମଧ୍ୟ ଏକ ଅଭିଯୋଗ ମଧ୍ୟ ଥାନାରେ କରାଯାଇଛି ।
ପ୍ରକାଶ ଯେ ଅାମ ଗାଁ ଓ ଅାମ ବିକାଶ ଯୋଜନାରେ ମହାସଂଘର ଏକ ଗୃହ ନିର୍ମାଣ ପାଇଁ ଅନୁଦାନ ଅାସିଛି । ଏହି ଗୃହକୁ ଗାଁର ପ୍ରଥମ ମୁଣ୍ଡରେ ନିର୍ମାଣ କରିବା ପାଇଁ ଏହି ମହିଳାମାନେ ଚାହିଁୁଛନ୍ତି। ସେଥିପାଇଁ ଅାଜି ପଞ୍ଚାୟତ ଅଫିସରେ ଗ୍ରାମସଭା ବୈଠକ ଅାହୂତ ହୋଇଥିଲାା ଏହି ବୈଠକରେ ପ୍ରାୟ ଦୁଇ ଶହରୁ ଅଧିକ ମହିଳା ଯୋଗଦେଇ ଗୃହ ନିର୍ମାଣ ସ୍ଥାନ ନିରୁପଣ ପାଇଁ ଅଡିବସିଥିଲେ। ବୈଠକରେ ଥିବା ସମିତିସଭ୍ୟ ଶ୍ରୀକାନ୍ତ ସାହୁ ଓ ମହିଳାମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲାା

ଏହି ଘରକୁ ଶ୍ରୀସାହୁ ତାଙ୍କ ଘର ନିକଟରେ ନିର୍ମାଣ କରିବାକୁ ଚାହିଁଛନ୍ତି ବୋଲି ମହିଳାମାନେ ଅଭିଯୋଗ କରିଥିଲେ । ଶ୍ରୀ ସାହୁ ମହିଳାମାନଙ୍କୁ ଅଶାଳୀନ ଭାଷାରେ ବ୍ୟବହାର କରିବାରୁ ମହିଳାମାନେ ତାଙ୍କୁ ଘରେ ପୂରାଇ ବହାର ପଟୁ ତଲା ପକାଇଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ସାହୁଙ୍କୁ ଉଦ୍ଧାର କରି ଥାନାକୁ ଅାଣି ଛାଡିଦେଇଥିଲା ଏହି ଖବର ପ୍ରଚାରିତ ହେବା ପରେ ଶହଶହ ମହିଳା ଥାନାକୁ ଅାସି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏ ସମ୍ପର୍କରେ ସମିତି ସଭ୍ୟ ଶ୍ରୀ ସାହୁ କହିଛନ୍ତି ଯେ ସେ କୌଣସି ମହିଳାଙ୍କୁ ଖରାପ ବ୍ୟବହାର କରିନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ନାମରେ ଏଭଳି ଅଭିଯୋଗ କରାଯାଇଛି ବୋଲି ସେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର