କେନ୍ଦ୍ରପଡ଼ା: କରୋନା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସା˚ଘାତିକ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରସୂତି ଵାର୍ଡରେ ପ୍ରସବ ଏକପ୍ରକାର ବନ୍ଦ ହୋଇଯାଇଥିବାରୁ ପ୍ରତିଦିନ ବହୁ ସ˚ଖ୍ୟାରେ ରୋଗୀ ଫେରୁଛନ୍ତି। ଚିକିତ୍ସା ଆଶାରେ ଯେଉଁ ପ୍ରସୂତି ମେଡିକାଲ୍ ଆସୁଛନ୍ତି, ଦିଦି ସେମାନଙ୍କୁ ସାର୍ ନାହାନ୍ତି କହି କଟକ ବଡ଼ ମେଡିକାଲ୍ ପଠାଇ ଦେଉଛନ୍ତି। ଅଥଚ, ବିଭାଗୀୟ କର୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା ନ କରି ହାତବାନ୍ଧି ବସିଯାଇଥିବାରୁ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ରୋଗୀମାନେ ଉପାୟଶୂନ୍ୟ ହୋଇ କଟକ ବଡ଼ ମେଡିକାଲ୍ ଅଥବା ଘରୋଇ ନର୍ସି˚ହୋମ୍ ଯିବାକୁ ବାଧ୍ୟ ହେଉଛନ୍ତି।
ଆଜି ଏଭଳି ଅବ୍ୟବସ୍ଥାର ଶିକାର ହୋଇ ଡେରାବିଶ ବିଷକ ଅ˚ଚଳର ନିର˚ଜନ ପରିଡ଼ାଙ୍କ ପତ୍ନୀ ଶିକ୍ଷାଶ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରସବ ପାଇଁ ବଡ଼ ମେଡିକାଲ୍ ଯିବାକୁ ପଡ଼ିଛି। ମାତ୍ର, ଉଦ୍ବେଗର ବିଷୟ ଯେ ଗଲା ଦୁଇ ସପ୍ତାହରୁ ଅଧିକ ଦିନ ହେବ ଏଭଳି ଅଚଳାବସ୍ଥା ଲାଗି ରହିଥିଲେ ହେଁ, ଡାକ୍ତର ଅଭାବ ପୂରଣ ହେଉ ନାହିଁ। ଏପରିକି, ଓମ୍ସା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ କରୋନା ଯୋଗୁଁ ଉପୁଜିଥିବା ଡାକ୍ତର ସମସ୍ୟା ସ˚ପର୍କରେ ସିଡିଏମ୍ଓଙ୍କୁ ଅବଗତ କରାଯିବା ସହ ପ୍ରାଥମିକ/ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଅଣାଯାଇ ପ୍ରସୂତି ଵାର୍ଡ ଚଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର, ତାହା କାର୍ଯ୍ୟକାରୀ ନ ହେବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ଶିକାର ହେଉଛନ୍ତି।
କରୋନା ସ˚କ୍ରମଣ ପାଇଁ କେନ୍ଦ୍ରାପଡ଼ା ମେଡିକାଲ୍ ଦୁଇ ଦୁଇ ଥର ସଟଡାଉନ୍ ଘୋଷଣା ହେଲାଣି। ଡାକ୍ତରଙ୍କ ସମେତ ଏକାଧିକ କର୍ମଚାରୀ ସ˚କ୍ରମିତ ଜଣାପଡ଼ିବା ପରେ ଅଗଷ୍ଟ ୨୨ତାରିଖରେ ଜିଲ୍ଳାପାଳ ଦୁଇ ପର୍ଯ୍ୟାୟରେ ଛଅଦିନ ମେଡିକାଲ୍କୁ ସଟଡାଉନ୍ ଘୋଷଣା କରିଥିଲେ। ମାସକ ପରେ ପୁଣି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା। ନଅ ଡାକ୍ତର ପଜିଟିଭ୍ ବାହାରିବା ପରେ ସେପ୍ଟେମ୍ବର ୨୨ତାରିଖରେ ଦ୍ବିତୀୟ ଥର ପାଇଁ ମେଡିକାଲ୍କୁ ତିନିଦିନ ସଟଡାଉନ୍ ଘୋଷଣା କରାଯାଇଥିଲା। ହେଲେ ଏଇ କରୋନା ଆଳରେ ସ˚ପ୍ରତି ମେଡିକାଲ୍ର ସ୍ବାସ୍ଥ୍ୟସେବା ଏକପ୍ରକାର ଠପ୍ ହୋଇଗଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ପ୍ରସୂତି ଵାର୍ଡ।
ବିଭାଗର ଦୁଇ ଡାକ୍ତର ଅଶୋକ କର ଓ କର୍ଣ୍ଣ ନାୟକ କରୋନା ସ˚କ୍ରମିତ କାରଣରୁ ପ୍ରସବ ଏକପ୍ରକାର ବନ୍ଦ ହୋଇଯାଇଛି। ସିଜରିୟାନ୍ ତ ଦୂରର କଥା, ସାଧାରଣ ପ୍ରସବ କରାଯାଉ ନଥିବା ଅଭିଯୋଗ ହେଉଛି। ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ସାର୍ ନ ଥିବା କହି ଫେରାଇ ଦିଆଯାଉଛି। ଫଳରେ ରୋଗୀମାନେ ଘରୋଇ ନର୍ସି˚ହୋମ୍ ଅଥବା କଟକ ବଡ଼ ମେଡିକାଲ୍ ଯିବା ପାଇଁ ବାଧୢ ହେଉଥିବାବେଳେ ଏହାଦ୍ବାରା ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଡେରାବିଶ ବିଷକ ଅ˚ଚଳର ନିର˚ଜନ ପରିଡ଼ା ଏହାର ଉଦାହରଣ। ଶ୍ରୀ ପରିଡ଼ା କହିଛନ୍ତି ଯେ ଦିନ ପ୍ରାୟ ୫ଟାରେ ମେଡିକାଲ୍ରେ ପହଞ୍ଚିଲୁ। ପତ୍ନୀ ପ୍ରସବକାଳୀନ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ମାତ୍ର ଦିଦି କହିଲେ ସାର୍ ନାହାନ୍ତି। କଟକ ବଡ଼ ମେଡିକାଲ୍ ନେଇଯାଅ। ଗୁରୁତର ଅବସ୍ଥାରେ ପତ୍ନୀଙ୍କୁ ଆମ୍ବୁଲାନ୍ସରେ କଟକ ନେବାକୁ ପଡ଼ିଲା।
ଅନ୍ୟପକ୍ଷରେ ସିଡିଏମ୍ଓ ଡାକ୍ତର ଅନିତା ପଟ୍ଟନାୟକ କହିଛନ୍ତି ଯେ କରୋନରେ ସବୁ ପ୍ରସୂତି ଡାକ୍ତର ଏକସମୟରେ ଆକ୍ରାନ୍ତ ହୋଇଗଲେ। ପାର୍ଶ୍ବବର୍ତୀ ପ୍ରାଥମିକ/ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବି ଅନେକ ଡାକ୍ତର ସ˚କ୍ରମିତ ହେଇଗଲେ। ଏଣୁ ସମସ୍ୟା ଅଧିକ ଜଟିଳ ହେଇଗଲା। ତଥାପି ନର୍ମାଲ୍ ପ୍ରସବ ନର୍ସମାନେ କରାଉଛନ୍ତି। ଯେଉଁମାନଙ୍କ ଅସୁବିଧା ରହୁଛି, ସେମାନଙ୍କୁ କଟକ ବଡ଼ ମେଡିକାଲ୍ ପଠାଇ ଦିଆଯାଉଛି। ଏଥିପାଇଁ ମେଡିକାଲ୍ରେ ଗାଡ଼ି ସୁବିଧା ବି କରାଯାଇଥିବା ଡାକ୍ତର ପଟ୍ଟନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/img_20191229_163424_6.jpg)