ଦୁର୍ଘଟଣାରେ ଯୁବକ ମୃତ

କେନ୍ଦ୍ରାପଡ଼ା/ ଚାନ୍ଦୋଳ: ଡେରାବିଶ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଖମୋଳ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁଇଟି ଗାଡି ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଜଣଙ୍କ ହେଉଛନ୍ତି କଟକ ଜଗତପୁର ଥାନା ଅନ୍ତର୍ଗତ ଗୁଜରପୁର ଗ୍ରାମର ସୌରୀ ନାୟକଙ୍କ ପୁଅ ଶରତ(୨୫)। ବ୍ୟବସାୟିକ କାଯ୍ୟର୍ରେ କେନ୍ଦ୍ରାପଡା ଆସି ବିଳମ୍ବିତ ରାତିରେ ଟାଟା ଏସି(ଓଡି-୦୫ଜେ-୪୮୭୩) ଗାଡିରେ ଘରକୁ ଫେରୁଥିବା ବେଳେ ସମ୍ମୁଖରୁ ଏକ ପାନ ବୋଝେଇ ୪୦୭ ଟ୍ରକ(ଓଡି ୧୩-ଜେ-୧୯୫୬)ତାଙ୍କୁ ଖମୋଳ ଛକ ନିକଟରେ ଧକ୍କା ଦେଇଥିଲା। ୨ଟି ଯାକ ଗାଡି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଶରତଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଡେରାବିଶ ଥାନା ପୁଲିସ ଗାଡି ଦୁଇଟିକୁ ଜବତ କରି ମାମଲା(୧୧୮/୧୮)ରୁଜୁ କରିଛି।

ସମ୍ବନ୍ଧିତ ଖବର