କେନ୍ଦ୍ରାପଡ଼ା/ ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରସ୍ଥିତ ୟୁବିଆଇ ବ୍ୟାଙ୍କ୍ ଏଟିଏମ୍ ନିକଟରେ ଆଜି ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ପାଟକୁରା ଅଞ୍ଚଳର ସୈଫ୍ ଖାନ୍ଙ୍କ ପୁଅ ମୁକ୍ତାର୍(୨୮)। ସେ ବାଇକରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ । ଏହି ସମୟରେ କଟକ ଆଡୁ ଆସୁଥିବା ଏକ କାର୍ (ଓଆର୍୨୯-୯୭୧୮) ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା
ଦୁର୍ଘଟଣାରେ ଯୁବକ ମୃତ
/sambad/media/post_attachments/wp-content/uploads/2018/02/kdp16.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)