ଗୁଳିମାଡ଼ରେ ଯୁବକ ଗୁରୁତର

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତେଣ୍ଡାକୁଡ଼ା ପଞ୍ଚାୟତର ବଡ଼ନୟନପୁରରେ ଆଜି ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ପ୍ରଶାନ୍ତ ବାରିକ(୨୨)। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ ଆଜି ରାତି ପ୍ରାୟ ୧୧ଟାରେ ଘର ଆଗରେ ଥିବା ଗ୍ୟାରେଜ୍‌ ନିକଟରେ ବୁଲୁଥିବା ବେଳେ ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳି ପ୍ରଶାନ୍ତଙ୍କ ବାମ ଗୋଡ଼ରେ ବାଜିଥିଲା। ପ୍ରଶାନ୍ତ ଯନ୍ତ୍ରଣାରେ ଚିତ୍କାର କରିବା ବେଳେ ଯୁବକ ଦ୍ବୟ ସେଠାରୁ ଖସି ପଳାଇଥିଲେ। ଘର ଲୋକେ ଓ ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର