ପ୍ରେମକୁ ନେଇ ଯୁବକଙ୍କୁ ହତ୍ୟା, ୨ ଅଟକ

ପଟ୍ଟାମୁଣ୍ଡାଇ : ପ୍ରେମ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସଂକୁରୂପା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ମହାକାଳପଡ଼ା ଥାନା ଅନ୍ତର୍ଗତ ବଢ଼ିଅ ଗ୍ରାମର ବସନ୍ତ ନାୟକ(୨୧)। ମୃତ ବସନ୍ତର ବାପା ଜଗବନ୍ଧୁ ନାୟକ ଏ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ବସନ୍ତଙ୍କ ବନ୍ଧୁ ଓ ରତନପୁର ଗ୍ରାମର ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ବସନ୍ତଙ୍କୁ ହତ୍ୟା କରାଯାଇଥିବା ଏତଲାରେ ଦର୍ଶାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର