କେନ୍ଦ୍ରାପଡ଼ା: ଆସନ୍ତାକାଲି କେନ୍ଦ୍ରାପଡ଼ା ପ˚ଚାୟତ ସମିତି ଅଧୢକ୍ଷ ଉପ ନିର୍ବାଚନ। ବିଜେଡି ପଟରେ ସ˚ଖ୍ୟାଗରିଷ୍ଠତା ସମର୍ଥନର ବଳ ଥିଲେ ବି ଅଧୢକ୍ଷ ପ୍ରାର୍ଥୀ କିଏ ହେବ, ତାକୁ ନେଇ ଗତ କିଛି ଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାର ଅବସାନ ଘଟିଛି। ବିଧାୟକ ଶଶୀଭୂଷଣ ବେହେରାଙ୍କ ମନୋନୀତ ପ୍ରାର୍ଥୀ ଭାବେ ପଳସି˚ହା ପ˚ଚାୟତର ସମିତି ସଭ୍ୟ ଶିବପ୍ରସାଦ ଭଳ ଅଧୢକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଆପାତତଃ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ତାଙ୍କ ପ୍ରାର୍ଥିତ୍ବକୁ ଆରମ୍ଭରୁ ବିରୋଧ କରି ଆସୁଥିବା ଦଳ ଭିତରର ଏକ ଗୋଷ୍ଠୀ ବି ଶ୍ରୀ ଭଳଙ୍କ ବିରୋଧରେ ପ୍ରାର୍ଥୀ ଦେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି।
ରଣନୀତି ମୁତାବକ ଯଦି ସବୁକିଛି ଠିକ୍ଠାକ୍ ରହେ, ତେବେ ଶ୍ରୀ ଭଳଙ୍କ ବିରୋଧରେ ଭରତପୁରର ସମିତି ସଭ୍ୟ ହେମନ୍ତ ବିଶ୍ବାଳ ନାମାଙ୍କନପତ୍ର ଦାଖଲ କରିବେ ସୂଚନା ମିଳିଛି। ଖୋଦ୍ ଶ୍ରୀ ବିଶ୍ବାଳ ବି ନିଜ ପ୍ରାର୍ଥିତ୍ବ କଥା ସ୍ବୀକାର କରିବା ପରେ ନିର୍ବାଚନ ଫଳାଫଳକୁ ନେଇ ଶେଷଯାଏଁ ଯେ ସସପେନ୍ସ ଲାଗି ରହିବ, ଏ କଥାକୁ ଆଦୌ ଅସ୍ବୀକାର କରିହେବ ନାହିଁ।
ସେପ୍ଟେମ୍ବର ୧୫ତାରିଖରେ ଅଧୢକ୍ଷ ଅନାମବ˚ଧୁ ଧଳଙ୍କ ଆକସ୍ମିକ ବିୟୋଗ ପରେ ପରବର୍ତୀ ଅଧୢକ୍ଷ କିଏ ହେବ, ତାକୁ ନେଇ କଳ୍ପନାଜଳ୍ପନା, ଅଟକଳବାଜି ଆରମ୍ଭ ହୋଇଯାଇଥିଲା। ୨୭ପ˚ଚାୟତ ବିଶିଷ୍ଟ କେନ୍ଦ୍ରପଡ଼ା ପ˚ଚାୟତ ସମିତିରେ ବର୍ତ୍ତମାନ ୧୮ବିଜେଡି ସମର୍ଥିତ ସମିତି ସଭ୍ୟ ଥିବା ବେଳେ ୫କ˚ଗ୍ରେସ ଓ ୩ବିଜେପି ସମର୍ଥିତ ଅଛନ୍ତି। ଶ୍ରୀ ଧଳଙ୍କ ବିୟୋଗ ଯୋଗୁ ଗାଙ୍ଗପଡ଼ା ସମିତି ସଭ୍ୟ ପଦବି ଖାଲି ପଡ଼ିଛି। ଅଧୢକ୍ଷ ପଦ ହାତେଇବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୪। ସ˚ଖ୍ୟା ଦୃଷ୍ଟିକୋଣରୁ ବିଜେଡି ସୁବିଧାଜନକ ସ୍ଥିତିରେ ଥିଲେ ବି ଦଳ ଭିତରର ଦୁଇ ଗୋଷ୍ଠୀ ମଧୢରେ କନ୍ଦଳ ଏତେ ତୀବ୍ର ଯେ ଅଧୢକ୍ଷ ପ୍ରାର୍ଥୀକୁ ନେଇ ସହମତି ତ ଦୂରର କଥା କେହି କାହାକୁ ବିଶ୍ବାସକୁ ବି ନେଇ ପାରିଲେ ନାହିଁ।
ପରିଣାମ ସ୍ବରୂପ ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରକେ ବିଧାୟକଙ୍କ ମନୋନୀତ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ୧୫ସମିତି ସଭ୍ୟଙ୍କୁ ଅଜ୍ଞାତବାସରେ ରଖିବାକୁ ପଡ଼ିଛି। ଏହାବାଦ୍ ଆଉ ଚାରି ଜଣ ଶିବିରରେ ଯୋଗ ଦେଇ ନଥିଲେ ବି ବିଧାୟକଙ୍କ ମନୋନତୀ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ସେମାନଙ୍କୁ ମନେଇ ଦିଆଯାଇଥିବା କୁହାଯାଉଛି। ହେଲେ ଦଳ ଭିତରୁ ଛଅଙ୍କ ସମର୍ଥନ ଏବ˚ ବିରୋଧୀ ଆଠକୁ ଆଠଙ୍କ ସମର୍ଥନ ଥିବା ଶ୍ରୀ ବିଶ୍ବାଳ ଦାବି କରି ଆସୁଥିବାରୁ ନିଜର ବିଜୟକୁ ନେଇ ବିଧାୟକ ସମର୍ଥିତ ଗୋଷ୍ଠୀ ସୁନିଶ୍ଚିତ ହୋଇପାରୁନାହାନ୍ତି।
ସେପଟେ ଆଉ ଏକ କଥା ଶୁଣିବାକୁ ମିଳିଛି ଯେ ନିର୍ବାଚନକୁ ନେଇ ଦଳର ଶୃଙ୍ଖଳା ଯେପରି ଭଙ୍ଗ ନ ହୁଏ, ସେଥିପାଇଁ ଉପର ମହଲରୁ ପ୍ରତିପକ୍ଷଙ୍କ ନିକଟକୁ ଫୋନ୍ ଆସିଛି। ଯଦି ଏ କଥା ସତ ହୋଇଥାଏ, ତା'ହେଲେ କାର୍ଯ୍ୟାନୁଷ୍ଠାନ ଭୟରେ ପ୍ରାର୍ଥିପତ୍ର ଦାଖଲ ନ କଲେ ଭୋଟ୍ ଦାନରୁ ବିରତ ରହିବା ଆଶଙ୍କାକୁ ବି ଏଡ଼ାଇ ଦେଇ ହେଉନାହିଁ। ଏଣୁ ମୁହାଁମୁହିଁ ସ୍ଥିତିରେ ଥିବା ଦୁଇ ଗୋଷ୍ଠୀ ମଧୢରୁ କିଏ ବାଜି ମାରି ନେଉଛି, ତାହା ଆସନ୍ତାକାଲି ଅପରାହ୍ନରେ ସ୍ପଷ୍ଟ ହେଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/election-1.jpg)