କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ  ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ  ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ  କାରକୁ ବନବିଭାଗ ଜବତ କରିଛି । ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

Advertisment

publive-image

ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଗତ କାଲିରାତି ସାଢ଼େ ୨ଟା ବେଳେ କର୍ମଚାରୀମାନେ ପେଟ୍ରୋଲିଂ ସମୟରେ ଏକ ଚୋରାକେନ୍ଦୁପତ୍ର ବୋଝେଇ ହୋଇ ଯାଉଥିବା ଏକ ସ୍ବିଫଟ ଡିଜିଆର କାର (ଜେଏଚ -୦୫ - ଏଲ -୮୪୦୦)କୁ କଂସମୁଣ୍ଡା ଗାଁ ନିକଟରୁ ଜବତ କରାଯାଇଛି। । କାରଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। କାର ଭିତରେ ୪୫ ବଣ୍ଡଲ କେନ୍ଦୁପତ୍ରଥିଲା। ଏହାର ବଜାର ଦର ୪୫ହଜାର ଟଙ୍କା ହେବବୋଲି  ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ, ବନପାଳ ପ୍ରଦୀପ ପ୍ରଧାନ କହିବା ସହ ରାତିରେ  କାରକୁ ଜବତକରି  କଣିହାଁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଗତ ଦୁଇଦିନ ପୂର୍ବରୁ କଣିହାଁ ବନବିଭାଗ କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗାଁ ହାଇସ୍କୁଲ ପାଖରୁ ଏକ ଚୋରା କେନ୍ଦୁପତ୍ର ବୋଝେଇ ବଲେରୋକୁ ଜବତ କରିଥିଲେ।