କେନ୍ଦୁଝର: ଆଇଟିଆଇ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ବଡବିଲସ୍ଥିତ ସରକାରୀ ଆଇଟିଆଇ କଲେଜର ଜଣେ ଛାତ୍ରୀ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ମୃତ ଆଇଟିଆଇ ଛାତ୍ରୀଙ୍କ ନାମ ଶ୍ରୀଦେବୀ ମହାକୁଡ ଓ ବୟସ ୧୮ବର୍ଷ ଓ ଘର କେନ୍ଦୁଝର ଜିଲ୍ଲା ପୁଟୁଗ୍ରାମରେ ବୋଲି ଜଣାପଡ଼ିଛି। ସେ ବଡବିଲସ୍ଥିତ ସରକାରୀ ଆଇଟିଆଇ କଲେଜରେ ଇଲେକ୍ଟ୍ରିସିୟାନ୍‌ ଟ୍ରେଡରେ ପାଠପଢ଼ୁଥିଲେ।

ସୂଚନାଯୋଗ୍ୟ, ଆଜି ଶ୍ରୀଦେବୀଙ୍କ ମୃତଦେହ ଛାତ୍ରୀ ନିବାସରେ ଝୁଲନ୍ତା ଅବସ୍ଥାରେ ଅନ୍ୟ ଛାତ୍ରୀମାନେ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଦେବୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ଶ୍ରୀଦେବୀ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲା।

ସମ୍ବନ୍ଧିତ ଖବର