କେନ୍ଦୁଝର: ଯୋଡା ଓ ବାମେବାରୀ, ବଡ଼ବିଲ, ରୁଗୁଡି, ବଲାଣୀ ଥାନା ଅଞ୍ଚଳରୁ ସୋମବାର ପୁଲିସ ପ୍ରାୟ ୧୭ଜଣଙ୍କୁ ଗିରଫ କରିଛି । ବେଆଇନ ଚାନ୍ଦା ଆଦାୟ କରିବା, ଖଣିଗୁଡିକ ଉପରେ ଧମକ ଚମକ ଦେଇ ପରିବହନ କରିବା ଏବଂ ଆର୍ମସ୍ ଆକ୍ଟରେ ଏମାନଙ୍କୁ ଗତ ରାତିରେ ଗିରଫ କରିବା ପରେ ଆଜି ସଂପୃକ୍ତ ଅଞ୍ଚଳରେ ହଜାର ହଜାର ଲୋକେ ପୁଲିିସର ମିଥ୍ୟା ମାମଲା ଏବଂ ଅକ୍ରୋଶମୂଳକ ଗିରଫଦାରୀ ପ୍ରତିବାଦରେ ଯୋଡା, ବାମେବାରୀ, ବଡ଼ବିଲ, ରୁଗୁଡି, ବଲାଣୀ ଥାନା ଆଗରେ ନାରାବାଜି ଦେଇ ଥାନା ଘେରାଉ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ବାମେବାରୀ ଥାନାରେ କେସ ନଂ ୧ରେ ବାମେବାରୀ ଅଞ୍ଚଳର ଭକ୍ତ ଚରଣ ମହାନ୍ତ, ଜେଠୁରାମ ମହାନ୍ତ, ରଞ୍ଜନ ମହାକୁଡ, ରାଜ କିଶୋର ବାରିକ, ଭରତ ଚନ୍ଦ୍ର ପାତ୍ରଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ନାମରେ ଦଫା ୧୪୭,୧୪୮,୧୪୯,୫୦୬, ୩୬୮,୨୫,୨୭ ରେ ମାମଲା ରୁଜୁ କରିଛି ।
ଖାଲି ସେତିକି ନୁହେଁ, ବଡ଼ବିଲ, ବଲାଣି ଓ ରୁଗୁଡି ଥାନା ଅଞ୍ଚଳର ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ମିଶାଇଲେ ମୋଟ ୧୭ ହେବ । ଏମାନଙ୍କୁ ଗିରଫ କରିବା ପରେ ଆଜି ବଡ଼ବିଲ, ଯୋଡା, ବାମେବାରୀ, ରୁଗୁଡି, ବଲାଣୀ ଥାନା ଆଗରେ ହଜାର ସମର୍ଥକ ଉପସ୍ଥିତ ରହି ଘେରାଉ କରିବା ସହିତ ପୁଲିସର ଅକ୍ରୋଶମୂଳକ ଗିରଫଦାରୀର ପ୍ରତିବାଦ କରିଛନ୍ତି । ଏବେ ସଂପୃକ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଡିଏସ୍ପି ଶ୍ରୀହର୍ଷ ମିଶ୍ର ଉପସ୍ଥିତ ରହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Bamabari-ps-Gherau-Photo.jpg)