ବୌଦ୍ଧ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ସମ୍ପାଦକ ସଞ୍ଜିତ ମହାନ୍ତି, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତାଜା ଓ ବୌଦ୍ଧ ଡିଭିଜନ ସମ୍ପାଦକ ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କୁ ଦାବିପତ୍ର ଦିଆଯାଇଛି। ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ମର୍ଜାକୁଦ ବ୍ରିଜ୍ ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ପହଞ୍ଚିଥିଲେ।

Advertisment

ପ୍ରତିବାଦ ସଭାରେ କେନ୍ଦୁପତ୍ର ତୋଳାଳି, ଋତୁକାଳୀନ କର୍ମଚାରୀ ଓ ବନ୍ଧେଇ ଶ୍ରମିକଙ୍କୁ ବୋନସ ପ୍ରଦାନ ସହ କନ୍ୟାବିବାହ ପାଇଁ ୫୦ ହଜାର ଟଙ୍କା, କେନ୍ଦୁପତ୍ରରୁ ଜିଏସଟି ପ୍ରତ୍ୟାହାର, ଋତୁକାଳୀନ କର୍ମଚାରୀଙ୍କ ମାସିକ ମଜୁରୀ ବୃଦ୍ଧି ସହ ସର୍ବନିମ୍ନ ମଜୁରୀ ଘୋଷଣା, ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଛାତ୍ର ବୃତ୍ତି ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। କାର୍ଯ୍ୟକ୍ରମରେ ରେଢ଼ାଖୋଲ ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ ତ୍ରିପାଠୀ, ପ୍ରତାପ ଶର୍ମା, ଅଖଣ୍ଡ ମହାକୁଳ, ତପନ ପ୍ରଧାନ, ସୁରଥ ମଲ୍ଲିକ, ସନ୍ତୋଷ ମହାକୁଳ, ନରୋତ୍ତମ ବେହେରା, ସୁନାସିର ମଲ୍ଲିକ, ବିଶାଖା ବାଘ, ବୀଣାପାଣି ମହାକୁଳ, ବସନ୍ତ ବାରିକ ପ୍ରମୁଖ ତୋଳାଳି, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ସାମିଲ ଥିଲେ।